www.samajalive.in
Sunday, December 14, 2025
19.1 C
Bhubaneswar

ମହିଳା ମହାବିଦ୍ୟାଳୟ ରକ୍ତଦାନ ଶିବିରରେ ୫୫ ୟୁନିଟ୍‌‌ ରକ୍ତ ସଂଗ୍ରହ

କେନ୍ଦୁଝରଗଡ଼଼: ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝରର ରେଡ୍‌‌ ରିବନ କ୍ଲବ, ରେଡକ୍ରସ ସମିତି, ଜାତୀୟ ସେବା ଯୋଜନା ଓ ଏଚ୍‌‌ଡିଏଫ୍‌‌ସି ବ୍ୟାଙ୍କ ମିଳିତ ସହଯୋଗରେ ବୁଧବାର ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ପ୍ରଭାକର ନାୟକ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌‌ଘାଟନ କରିବା ଅବସରରେ ଜୀବନ ଦାନ ଭଳି ଏକ ମହତ୍‌‌ କାର୍ଯ୍ୟରେ ସମସ୍ତ ଛାତ୍ରୀ ସ୍ୱେଛାକୃତ ଭାବେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ଡାକ୍ତର ନୀଲମ ମହାନ୍ତିଙ୍କ ନେତୃତ୍ୱରେ ଜିଲା ରକ୍ତଭଣ୍ଡାରର କର୍ମଚାରୀ ଉପସ୍ଥିତ ରହି ଏହି ଶିବିରରେ ରକ୍ତବର୍ଗୀକରଣ ଓ ରକ୍ତ ସଂଗ୍ରହରେ ସହାୟତା କରିଥିଲେ। ଡ. ମୋନାଲିସା ଦାସ, ରାଜଲକ୍ଷ୍ମୀ ମହାନ୍ତି, ଡ.ବାଣିଶ୍ରୀ ଦାସ, ସୁମିତା ହାଁସଦା ଓ ଡ. ଧର୍ମବୀର ମୋହନ ସିଂ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରେ ମୋଟ ୫୫ୟୁନିଟ୍‌‌ ରକ୍ତ ସଂଗ୍ରହ କରାଯାଇ ମାନବ ସେବା ନିମନ୍ତେ ଜିଲା ରକ୍ତ ଭଣ୍ଡାରକୁ ପଠାଇ ଦିଆଯାଇଥିଲା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories