www.samajalive.in
Sunday, December 14, 2025
23.1 C
Bhubaneswar

କେନ୍ଦୁଝରରେ ମିଶନ ଶକ୍ତି ସ୍କୁଟର ଯୋଜନା ଶୁଭାରମ୍ଭ

କେନ୍ଦୁଝରଗଡ଼଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ବୁଧବାର ମିଶନ ଶକ୍ତି ସ୍କୁଟର ଯୋଜନା ଶୁଭାରମ୍ଭ କରିବା ପରେ କେନ୍ଦୁଝର ଜିଲାରେ ମଧ୍ୟ ଏହି ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ କେନ୍ଦୁଝର ଅଡିଟୋରିୟମରେ ଆୟୋଜିତ ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲାପାଳ ଆଶିଷ ଠାକରେ ମିଶନ ଶକ୍ତି ସ୍କୁଟର ଯୋଜନା ଶୁଭାରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୬୫୦ଟି ସ୍କୁଟର ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌‌ ଏବଂ କାର୍ଯ୍ୟକାରୀ ସଦସ୍ୟାମାନଙ୍କୁ ଯୋଗାଇ ଦିଆଯାଇଛି। ସେମାନଙ୍କ ପସନ୍ଦ ମୁତାବକ ସ୍କୁଟର କିଣିବା ପାଇଁ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପ୍ରଦାନ କରାଯାଇଛି। ଏ ପର୍ଯ୍ୟନ୍ତ ୧୩୦୧ ଜଣଙ୍କୁ ଋଣ ମଞ୍ଜୁର ହୋଇଛି ଏବଂ ଚଳିତ ଆର୍ଥିକ ବର୍ଷରେ ୬୫୦୦ ଜଣ ମିଶନ ଶକ୍ତି ମା’ଙ୍କୁ ସ୍କୁଟର ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଉତ୍ସବରେ ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି, ଏଲଡିଏମ୍‌‌ ବ୍ୟାଙ୍କ ଅଫ୍‌‌ ଇଣ୍ଡିଆ ରବି ନାରାୟଣ ମହାଲିକ, କେନ୍ଦୁଝରଗଡ଼଼ ପୌରପାଳିକା ନିର୍ବାହୀ ଅଧିକାରୀ ଡା. ମଧୁସ୍ମିତା ସାମନ୍ତରାୟ, ଓରମାସ ଯୁଗ୍ମ ମୁଖ୍ୟ ନିର୍ବାହୀ ଅଧିକାରୀ ସପନ ଗୋସ୍ୱାମୀ, ମିଶନ ଶକ୍ତି ଜିଲା ପ୍ରକଳ୍ପ ସଂଯୋଜକ ଶିଶିର କୁମାର ଷଡଙ୍ଗୀ, ଉପନିର୍ଦ୍ଦେଶକ ସୂଚନା ଓ ଲୋକ ସମ୍ପର୍କ ସଞ୍ଜୀବ କୁମାର ବାରିକ, ବିଭିନ୍ନ ବ୍ୟାଙ୍କର କର୍ମକର୍ତ୍ତା, ମିଶନ ଶକ୍ତି କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ, ମହିଳା ସଶକ୍ତିକରଣକ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ଯୋଗୁଁ ମା’ମାନଙ୍କ ଯାତାୟାତକୁ ସୁବିଧା ସହଜ କରିବା ସହିତ ବୃତ୍ତିଗତ କ୍ଷେତ୍ରରେ ନୂଆ ସୁଯୋଗ ଆଣିବ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories