www.samajalive.in
Sunday, December 14, 2025
19.1 C
Bhubaneswar

ଡେରେଙ୍ଗପୀଢ଼କୁ ଆବାସସ୍ଥଳୀ ଅଧିକାର ଦାବି

କେନ୍ଦୁଝରଗଡ଼଼: ପାରମ୍ପରିକ ପାଉଡି ଭୂୟାଁ ପୀଢ଼ ମହାସଭା କେନ୍ଦୁଝର ପକ୍ଷରୁ ଡେରେଙ୍ଗପୀଢ଼ (ପାଉଡି ଭୂୟାଁ)କୁ ଆବାସସ୍ଥଳୀ ଅଧିକାର ସାବ୍ୟସ୍ତ ପାଇଁ ୩୧ ମାର୍ଚ୍ଚ ୨୦୨୩ ଓ ୩ ଅପ୍ରେଲ ୨୦୨୩ରେ ଉପଖଣ୍ଡସ୍ତରୀୟ ଜଙ୍ଗଲ ଅଧିକାର କମିଟି କେନ୍ଦୁଝର ଏବଂ ଜିଲାପାଳଙ୍କୁ ଜିଲାସ୍ତରୀୟ ଅଭିଯୋଗ ଶୁଣାଣୀରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଜଙ୍ଗଲ ଅଧିକାର ଆଇନର ନିୟମାନୁଯାୟୀ ଆବେଦନର ସତ୍ୟାସତ୍ୟ ନିଋପଣ କରାଯାଇ ସମ୍ପୃକ୍ତ ପୀଢ଼ର ଶତପ୍ରତିଶତ ଗାଁରେ ଗ୍ରାମସଭା ବୈଠକ ଅନୁଷ୍ଠିତ କରାଯାଇ ଜମିର ଆବଶ୍ରକୀୟ ପାରମ୍ପରିକ ନକ୍ସା ପ୍ରସ୍ତୁତି କରିବା ସହ ତଥ୍ୟ ସଂଗ୍ରହ ଓ ଜନସଂଖ୍ୟା ପରିସଂଖ୍ୟାନ ଆକଳନ କରି ଚୂଡାନ୍ତ ନିଷ୍ପତ୍ତିର ନକଲ ସଂଲଗ୍ନ କରି ନିୟମ ୧୨(୧) କ ଓ ଖ ଅନୁଯାୟୀ ତଥ୍ୟସମ୍ବଳିତ ଦରଖାସ୍ତ ମଙ୍ଗଳବାର ପୁନଃ ଦାଖଲ କରାଯାଇଛି। ଜଙ୍ଗଲ ଅଧିକାର ଆଇନର ଧାରା ୧୨(୧) ଖ ଓ ଗ କୁ ଅନୁପାଳନ କରି ଡେରେଙ୍ଗପୀଢ଼ (ପାଉଡି ଭୂୟାଁ) ଆବାସସ୍ଥଳୀ ସ୍ୱିକୃତୀ ପ୍ରଦାନ ସହ ଜଙ୍ଗଲ ଜମି ଅଧିକାର କମିଟି କେନ୍ଦୁଝର ତଥା ଜିଲାପାଳ କେନ୍ଦୁଝରଙ୍କ ନିକଟରେ ଦାଖଲ କରିବାକୁ ପାଉଡି ଭୂୟାଁ ମହାସଭା କେନ୍ଦୁଝରର ସଭାପତି ପ୍ରଦୀପ କୁମାର ପ୍ରଧାନ ମଙ୍ଗଳବାର ଲିଖିତ ଆବେଦନ କରିଛନ୍ତି। ଏଥିସହ ଡେରେଙ୍ଗପୀଢ଼ରେ ୨୧୨୭ ପରିବାରର ୧୧୫୬୦ଜଣ ମହିଳା ଓ ପୁରୁଷ ମାନଙ୍କର ସଂସ୍କୃତି, ପରମ୍ପରା, ଐତିହ୍ୟର ସୁରକ୍ଷା ପ୍ରଦାନ ସହ ସେମାନଙ୍କର ଚିନ୍ତନ ଜୀବନଜୀବୀକାକୁ ମଧ୍ୟ ସୁନିଶ୍ଚିତ କରିବାକୁ ପାଇଁ ମହାସଭାର ଉପସର୍ଦ୍ଦାର ବାରିକ ସ୍ୱାଇଁ ଅନୁରୋଧ କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories