ଚୌଦ୍ୱାର: କଖଡ଼ି ଓ କୟଳପଡ଼ା ପଞ୍ଚାୟତ ଅନ୍ତର୍ଗତ ମାତୃସେବା କ୍ଲଷ୍ଟର ଆନୁକୁଲ୍ୟରେ ଶିଶୁ ମହୋତ୍ସବ ଓ ଓଡ଼ିଶା ମିଲେଟସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ମାତୃସେବା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭରତ ସୋରେନଙ୍କ ଅଧ୍ୟକ୍ଷତାରେ ତଥା ସିଆରସିସି ଜ୍ଞାନ ବିଶ୍ୱାଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏବିଇଓ ଅରୁନ୍ଧତୀ ମିଶ୍ର, କୟଳପଡ଼ା ସରପଞ୍ଚ ଶୈଳବାଳା ନାୟକ, ଶିକ୍ଷାବିତ୍ ଶିବ ପ୍ରସାଦ ପତି, ଅମଲା ସିଂ, ବିମ୍ବାଧର ବେହେରା,ଗଙ୍ଗାଧର ପୃଷ୍ଟି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ୪ର୍ଥରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ମାନଙ୍କ ମଧ୍ୟରେ ଆୟୋଜିତ ବିତର୍କ, ଚିତ୍ରାଙ୍କନ, ସଂଗୀତ, ବକ୍ତୃତା, ହସ୍ତାକ୍ଷର, ଆଦି ବିଭିନ୍ନ ପ୍ରତିଯୋଗିତାରେ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବିଜୟୀ ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ। କ୍ଲଷ୍ଟରସ୍ତରର ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Popular Categories



