ବୌଦ୍ଧ: ବୌଦ୍ଧଜିଲ୍ଲା ସରକାରୀ ହାଇସ୍କୁଲ ନୂତନ ପେନସନ ଯୋଜନାଭୂକ୍ତ ଶିକ୍ଷକ ସଂଘ ଜେଡି ହାଇସ୍କୁଲ ବୌଦ୍ଧ ଠାରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପର୍ୟ୍ୟନ୍ତ ଶତାଧିକ ହାଇସ୍କୁଲ ଶିକ୍ଷକ ଏକ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦୁଇଦଫା ଦାବୀପତ୍ର ଜିଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିଥିଲେ। ପ୍ରଥମଟି ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସନାଲ ଇନ୍କ୍ରିମେଣ୍ଟ ସହିତ ୬ବର୍ଷର ଚୁକ୍ତି ଅବଧିକୁ ମୂଳ ଚାକିରୀରେ ଯୋଗ ଓ ଦ୍ଵିତୀୟଟି ହେଲା ନୂତନ ପେନସନ ଯୋଜନାକୁ ହଟାଇ ପୁରାତନ ପେନସନ ଲାଗୁ। ସରକାର ଯଦି ନ ଶୁଣନ୍ତି ତେବେ ଭବନେଶ୍ୱରରେ ୨୬,୨୭ ଓ ୨୮ ସେପ୍ଟେମ୍ବରରେ ରାଜ୍ୟସଙ୍ଘର ଆହ୍ୱାନକ୍ରମେ ଏକ ବିରାଟ ଆନ୍ଦୋଳନ କରାଯିବ। ଶୋଭାଯାତ୍ରାରେ ଜିଲ୍ଲା ସଭାପତି ମାନସ ପୁରୋହିତ, କାର୍ୟ୍ୟକାରୀ ସଭାପତି ନବକିଶୋର ଦୀପ, ସମ୍ପାଦକ ପ୍ରଫୁଲ୍ଲ ପ୍ରଧାନ, ସାଙ୍ଗଠନିକ ସମ୍ପାଦକ ମଞ୍ଜିତ ଚାନ୍ଦ, ଆବାହକ ଅନିଲ ପ୍ରଧାନ, ବାବୁଲାଲ ପ୍ରଧନ, ପଞ୍ଚାନନ ମହାକୁଡ଼, ମନୋରଞ୍ଜନ ପ୍ରଧାନ, ସଂଜୀବ ପ୍ରଧାନ, ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମଲ୍ଲିକ, ସୁଜାତା ମାଝୀ, ସୌଦାମିନୀ ପ୍ରଧାନ ସମେତ ଅମ୍ବାଗାଁରୁ ତଳଙ୍ଗା ପର୍ୟ୍ୟନ୍ତ ସମସ୍ତ ହାଇସ୍କୁଲର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।
Popular Categories



