www.samajalive.in
Sunday, December 14, 2025
19.1 C
Bhubaneswar

ଖଣ୍ଟଘର ପଞ୍ଚାୟତ ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତ ଘୋଷଣା

ପାଟଣା: ଘଟଗାଁ ବ୍ଲକ ଖଣ୍ଟଘର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆସ୍ପାୟାର ପକ୍ଷରୁ ପଞ୍ଚାୟତକୁ ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତ ଭାବେ ଘୋଷଣା କରାଯାଇଛି। ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ବୈଜୟନ୍ତି ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ଦ୍ରୌପଦୀ ସେଠୀ ,ନାଏବ ସରପଞ୍ଚ ଭରତ ନାୟକ, ତଣ୍ଡିବେଡା ସ୍କୁଲର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପୃଷ୍ଟି, କାଶିବେଡା ସ୍କୁଲର ପ୍ରଧାନ ଶିକ୍ଷକ ସଦାଶିବ ବେହେରା, ଖଣ୍ଟଘର ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମମତା ସାହୁ, ନୂତନ ଏମ.ବି.କେ ବିଜୟଲକ୍ଷ୍ମୀ ପାତ୍ର, କାଶିବେଡା ଅଙ୍ଗନୱାଡି କର୍ମୀ ଅପ୍ସରୀ ବାରିକ, ଆଶା ବୈଦେହୀ ବାରିକ, ଭାରତୀ ସେଠୀ ଏବଂ ଖଣ୍ଟଘର ମହିଳା ସ୍ୱୟଂସହାୟକ ଗୋଷ୍ଠିର ସମସ୍ତ ସଦସ୍ୟା ମନେ ସହଯୋଗ କରିଥିଲେ। ଏହାକୁ ଆୟୋଜନ କରିଥିଲେ ଆସ୍ପାୟାର ର ଖଣ୍ଟଘର ଗ୍ରାମପଞ୍ଚାୟତ କର୍ମକର୍ତ୍ତା ସଂଗ୍ରାମ ରାଉତ। ଏହି ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତର ମୁଖ୍ୟ ଉଦ୍ଦେଶ୍ୟ ପଞ୍ଚାୟତର ୬ରୁ ୧୪ ବର୍ଷର ସମସ୍ତ ଶିଶୁ ମାନେ ଶିକ୍ଷାର ମୁଖ୍ୟ ସ୍ରୋତ ସହିତ ଜଡିତ ହେବା ସହିତ ଭବିଷ୍ୟତରେ ଯେମିତି କୌଣସି ଶିଶୁ ଶିକ୍ଷା ଠାରୁ ଦୂରେଇ ନଯାଇ ଶିକ୍ଷାର ମୌଳିକ ଅଧିକାର ପାଇ ପାରିବେ ସେ ବିଷୟରେ ଆଲୋଚନା କରାଯିବା ସହିତ ଶିଶୁ ଶ୍ରମିକକୁ କେମିତି ରୋକା ଯାଇପାରିବ ତାହା ଆଲୋଚନା କରାଯାଇଥିଲା।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories