www.samajalive.in
Saturday, December 6, 2025
17.1 C
Bhubaneswar

କାମରେ ଆସୁନି ଗାଁ କଲ୍ୟାଣ ସମିତି, ଆବର୍ଜନା ସଫା କଲେ ଅସବରପ୍ରାପ୍ତ ଯବାନ

ହରଭଙ୍ଗା: ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରୀସାହି ଗ୍ରାମର ଗାଁ କଲ୍ୟାଣ ସମିତି ଯାହା କରିପାରିଲାନି ତାହା କରି ଦେଖାଇଲେ ଜଣେ ଅବସର ପ୍ରାପ୍ତ ଯବାନ। ଏଭଳି ଏକ କାର୍ୟ୍ୟ ଦେଖିବାକୁ ମିଳିଛି ଛତ୍ରଙ୍ଗ ପଞ୍ଚାୟତର ଗୁଣ୍ଡୁରିସାହି ଗ୍ରାମରେ।ପ୍ରକାଶ ଯେ ଗାଁର ପରିବେଶ ସ୍ୱଚ୍ଛତା ସହ ବିଭିନ୍ନ ଜନକଲ୍ୟାଣ କାର୍ୟ୍ୟନିମନ୍ତେ ସରକାର ଗାଁ କଲ୍ୟାଣ ପାଣ୍ଠି ଯୋଗାଇ ଦେଉଛନ୍ତି ମାତ୍ର ଗୁଣ୍ଡୁରୀସାହିରେ ଗାଁ କଲ୍ୟାଣ ପାଣ୍ଠି ଲୋକଙ୍କ ହିତରେ ଲାଗୁନଥିବା ଅଭିଯୋଗ ହେଉଛି। ଏହା କେବଳ ନାମକୁ ମାତ୍ର ଓ ଖାତା କଲମ ଭିତରେ ହିଁ ସୀମିତ ରହିଛି। ନା ଡ୍ରେନ ସଫା ହେଉଛି, ନା କୂଅରୁ ପାଣି ନିଷ୍କାସନ ହେଉଛି। ନା କେଉଁଠି ଆବର୍ଜନା କୁଣ୍ଡ ଅଛି ନା କାହାକୁ ଅପାତକାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ଆର୍ଥିକ ସହାୟତା ଦିଆଯାଉଛି। ଦୀର୍ଘଦିନ ହେବ ଗାଁ ମୁଣ୍ଡରେ ନଳକୂପ ଓ ଅନ୍ୟାନ୍ୟ ଆବର୍ଜନା ପରିସରରେ କୁଢ଼ କୁଢ଼ ଆବର୍ଜନା ଯୋଗୁଁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏହି କାର୍ୟ୍ୟ ପ୍ରତି ଗାଁ କଲ୍ୟାଣ ସମିତିର ନିଘା ନାହିଁ। ଫଳରେ ଏହାଦେଖି ଗ୍ରାମର ଅବସରପ୍ରାପ୍ତ ଯବାନ ପ୍ରଦୀପ କୁମାର ମଲ୍ଲିକ ନିଜସ୍ୱ ଉଦ୍ୟମରେ ନଳକୂପ ଓ ଅନ୍ୟାନ୍ୟ ଆବର୍ଜନାକୁ ନିଜ ହାତରେ ସଫା କରି ଯୁବ ପିଢ଼ିଙ୍କ ପାଇଁ ଏକ ପ୍ରେରଣା ସହ ଗାଁ ଲୋକଙ୍କ ପାଇଁ ସେବାର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି। ଏଭଳି କାର୍ୟ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଂଶସା କରାଯାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories