www.samajalive.in
Sunday, December 14, 2025
14.1 C
Bhubaneswar

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ୮ମ ଦିନରେ

ଫୁଲବାଣୀ: ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ, ଓଡ଼ିଶାର ଡାକରାକ୍ରମେ କନ୍ଧମାଳ ଜିଲ୍ଲାର ସମସ୍ତ ୧୨ ଟି ବ୍ଲକର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚଳିତ ମାସ ୧୮ ତାରିଖରୁ ୮ ଦିଆଯାଇଥିବା କାର୍ଯ୍ୟବନ୍ଦ ଡ଼ାକରା ଆଜି ୮ମ ଦିନରେ ପହଞ୍ଚିଥିବା ବେଳେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରହିଛି। ଏଭଳି ସ୍ଥଳେ ପଂଚାୟତ ମାନଙ୍କରେ ଚାଲିଥିବା ବହୁ ଉନ୍ନୟନ ମୂଳକ କାର୍ଯ୍ୟରେ ନାହିଁ ନଥିବା ଅସୁବିଧା ସୃଷ୍ଟି ହୋଇଛି। ପଂଚାୟତ ମାନଙ୍କରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ଠପ୍‌‌ ହୋଇ ପଡ଼ିଥିବା ବେଳେ ବହୁ ହିତାଧିକାରୀ ମାନେ ସେମାନଙ୍କର ପାଉଣା ପାଇବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ଦାବି ନେଇ ଏହି ଆନ୍ଦୋଳନ ଜାରି ରହିଛି। ଏହି ଗଣଧାରଣାରେ ଜିଲ୍ଲା ସଭାପତି ପଦ୍ମଚରଣ ମହାନ୍ତି , ସଂପାଦକ ମହେଶ କୁମାର ପଟନାୟକ, ଅମରେଶ ପ୍ରସାଦ ରଥ, ମାନସ କୁମାର ପାଣିଗ୍ରାହୀ, ପ୍ରିୟବ୍ରତ ସାହୁ, ଚିତ୍ତରଂଜନ ଦିଗାଲ, ବିଘ୍ନେଶ୍ୱର ଦିଗାଲ, ଲଛମନ କହଁର, ଅନିଲ୍‌‌ କୁମାର ପଟନାୟକ, ଘନଶ୍ୟାମ ସାହୁ, ସଂଜୟ ନାୟକ ଓ ଗାବିରିୟଲ୍‌‌ ନାୟକ ଓ ଅନ୍ୟମାନେ ଏହାର ନେତୃତ୍ୱ ନେଉଛନ୍ତି।

Hot this week

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

Related Articles

Popular Categories