ଫୁଲବାଣୀ: ସରକାଙ୍କର ପଞ୍ଚାୟତ ରାଜ ବିଭାଗରେ ସାମ୍ବିଧାନିକ ସୁପାରିଶ ର ନୀତିନିୟମ ଓ ବିଧିବଦ୍ଧ ବ୍ୟବସ୍ଥା ଅନୁଯାୟୀ ପାଞ୍ଚବର୍ଷ କୁ ଥରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରାଇଥାଏ। ଜନସାଧାରଣଙ୍କ ଦ୍ଵାରା ସିଧା ସଳଖ ନିର୍ବାଚତ ହୋଇ ଆସିଥିବା ସମିତିସଭ୍ୟ/ସଭ୍ୟା ମାନେ ସେମାନଙ୍କୁ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ବିଡିଓଙ୍କ ଠାରୁ ଆରମ୍ଭ କରି ପ୍ରତି କ୍ଷେତ୍ରରେ ଅଣଦେଖା କରାଯାଉଛି। ଏ ସବୁକୁ କ୍ଷୋଭ ପ୍ରକାଶ କରି ସମଗ୍ର ରାଜ୍ୟର ସମିତିସଭ୍ୟ/ସଭ୍ୟା ମାନେ ଦୀର୍ଘ ଦିନ ହେଲା ପ୍ରତିବାଦ କରି ଆସୁଛନ୍ତି। ବ୍ଲକ ସଙ୍ଘ ପକ୍ଷରୁ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ ଯାଇ ଜିଲ୍ଲା ସ୍ତରୀୟ ସମ୍ମିଳନୀ କରି ଜିଲ୍ଲାପାଳଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରି ଜିଲ୍ଲା ଗସ୍ତରେ ଲୋକଙ୍କ ପାଖକୁ ୫ଟି ସଚିବ ଯାଉଥିବା ବେଳେ ସେଠାରେ ମଧ୍ୟ ତାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।ତଥାପି କାହାର ମଧ୍ୟ ଦୃଷ୍ଟି ଆକର୍ଷଣ ହେଉ ନ ଥିବା ଯୋଗୁଁ ଆନ୍ଦୋଳନକୁ ଓହ୍ଲାଇବାକୁ ବ୍ଲକ୍ ସ୍ତରରୁ ସମଗ୍ର ୩୦ ଜିଲ୍ଲାର ସମିତିସଭ୍ୟ/ସଭ୍ୟା ଜୋର ପ୍ରସ୍ତୁତି ହୋଇଛନ୍ତି। ଏନେଇ ଓଡ଼ିଶା ରାଜ୍ୟ ସମିତିସଭ୍ୟ/ସଭ୍ୟା ପକ୍ଷରୁ ଭୁବନେଶ୍ଵର ଚାଲ ଡାକରା ଦିଆଯାଇଛି। ୨୮ ତାରିଖ ସୋମବାର ଦିନ ସମଗ୍ର ରାଜ୍ୟର ସମସ୍ତ ୬ ହଜାରରୁ ଉର୍ଦ୍ଧ ସମିତିସଭ୍ୟ/ସଭ୍ୟା ଭୁବନେଶ୍ୱର ଲୋୟର ପି.ଏମ.ଜି ଛକ ଠାରେ ଅନୁଷ୍ଠିତ ସମାବେଶରେ ଯୋଗଦେବେ ସେଠାରୁ ଏକ ଶୋଭଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଇ ୧୨ ଦଫା ଦାବିପତ୍ର ପ୍ରଦାନ କରିବେ ବୋଲି ଗଣମାଧ୍ୟମ ଆଗରେ କନ୍ଧମାଳ ଜିଲ୍ଲା ସମିତିସଭ୍ୟ/ସଭ୍ୟା ମହାସଂଘର ସଭପତି ବୈଦ୍ୟନାଥ ବେହେରା ପ୍ରକାଶ କରି ସୂଚନା ଦେଇଛନ୍ତି।
Popular Categories



