www.samajalive.in
Friday, December 12, 2025
16.1 C
Bhubaneswar

ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଏଲିଙ୍ଗୱର୍ଥ, ରୁଚିରା ଅମ୍ପାୟାର

ମୁମ୍ବଇ: ଏସିଆ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଆସନ୍ତା ସେପ୍ଟେମ୍ବର ୨ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ ଅମ୍ପାୟାର ଭାବେ ଇଂଲଣ୍ଡର ରିଚାର୍ଡ ଏଲିଙ୍ଗୱର୍ଥ ଓ ଶ୍ରୀଲଙ୍କାର ରୁଚିରା ପାଲିୟାଗୁରୁ ପରିଚାଳନା କରିବେ। ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ପଲ୍‌ ୱିଲସନ୍‌ ତୃତୀୟ ଅମ୍ପାୟାର ଭାବେ ଦାୟିତ୍ବ ନିର୍ବାହ କରିବେ। ଭାରତର ପୂର୍ବତନ ଦ୍ରୁତ ବୋଲର ଜଭଗଲ ଶ୍ରୀନାଥ ମ୍ୟାଚ୍‌ ରେଫରୀ ରହିବେ।

ଅନ୍ୟପକ୍ଷରେ ଆଗାମୀ ୩୧ରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଭାରତର ଜେ.ମଦନଗୋପାଳ ଅମ୍ପାୟାର ଭାବେ ଦାୟିତ୍ବ ନିର୍ବାହ କରିବାକୁ ଥିବାବେଳେ ଶ୍ରୀନାଥ ମ୍ୟାଚ୍‌ ରେଫରୀ ଭାବେ ଦାୟିତ୍ବ ତୁଲାଇବେ। ଭାରତ ଓ ନେପାଳ ମଧ୍ୟରେ ସେପ୍ଟେମ୍ବର ୪ରେ ଖେଳାଯିବାକୁ ଥିବାକୁ ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ପଲ୍‌ ୱିଲସନ୍‌ ଓ ପାଲିୟାଗୁରୁ ଅମ୍ପାୟାର ଭାବେ କାମ କରିବେ। ଏସିଆ କପ୍‌ ଆସନ୍ତା ୩୦ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ପାକିସ୍ତାନ ଓ ନେପାଳ ମଧ୍ୟରେ ଖେଳାଯିବ। କ୍ରିସ୍‌ ଗଫାନେ ଓ ମାସୁଦୁର ରେହମାନ ଏହି ମ୍ୟାଚ୍‌ ପରିଚାଳନା କରିବେ। ଅଷ୍ଟ୍ରେଲିଆର ପୂର୍ବତନ ଓପନର୍‌ ଡେଭିଡ୍‌ ବୁନ୍‌ ମ୍ୟାଚ୍‌ ରେଫରୀ ଭାବେ ଦାୟିତ୍ବ ନିର୍ବାହ କରିବେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories