www.samajalive.in
Thursday, December 11, 2025
16.1 C
Bhubaneswar

୩୮ ଶୃଙ୍ଖଳାରେ ଭାରତରୁ ପ୍ରତିନିଧିତ୍ବ କରିବେ ୬୩୪ ଖେଳାଳି

ନୂଆଦିଲ୍ଲୀ: ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ା ଆସନ୍ତା ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ ଭାରତରୁ ମୋଟ ୬୩୪ଜଣ କ୍ରୀଡ଼ାବିତ୍‌ ୩୮ ଗୋଟି କ୍ରୀଡ଼ା ଶୃଙ୍ଖଳାରେ ଅଂଶଗ୍ରହଣ କରିବେ। ଏସୀୟ କ୍ରୀଡ଼ା ଲାଗି ଭାରତୀୟ ଅଲିମ୍ପିକ୍‌ସ ସଂଘ ପକ୍ଷରୁ ୮୫୦ଜଣ ଖେଳାଳିଙ୍କ ନାମ ଭାରତୀୟ କ୍ରୀଡ଼ା ମନ୍ତ୍ରାଳୟକୁ ପଠାଯାଇଥିଲା। ସେଥିମଧ୍ୟରେ ଭାରତୀୟ କ୍ରୀଡ଼ା ମନ୍ତ୍ରାଳୟ ୬୩୪ଜଣ ଖେଳାଳିଙ୍କୁ ଅନୁମତି ପ୍ରଦାନ କରିଛି। ୨୦୧୮ ଏସୀୟ କ୍ରୀଡ଼ାରେ ୫୭୨ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ଭାରତ ଏଥିରେ ୧୭ଟି ସ୍ବର୍ଣ୍ଣ ସହ ୭୦ଟି ପଦକ ଜିତିଥିଲା।

ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ାରେ କେଉଁ ବିଭାଗରେ ଭାରତରୁ କେତେଜଣ ଭାଗ ନେବେ –
ତୀରନ୍ଦାଜୀରେ – ୧୬
ସନ୍ତରଣ – ୨୨
ଦୌଡ଼କୁଦ – ୬୫
ବ୍ୟାଡମିଣ୍ଟନ – ୧୯
ବକ୍ସିଂ – ୧୩
ସାଇକଲ ଚାଳନା – ୧୦
ଜୁଡୋ – ୪
ନୌଚାଳନା – ୩୩
ସୁଟିଂ – ୩୦
ଟେବୁଲଟେନିସ – ୧୦
ଭାରୋତ୍ତୋଳନ – ୨
ପତାଖେଳ – ୧୮
ଚେସ୍ – ୧୦
ଗଲ୍‌ଫ – ୭
ସପ୍ଟ ଟେନିସ – ୧୦
ସ୍କ୍ବାଶ – ୮
ଜୁ ଜିତୁସୁ – ୬
କ୍ରୁରାସ – ୨
ଟେନିସ – ୯
ଇ ସ୍ପୋର୍ଟସ – ୧୫
ଉସୁ – ୧୦
ସେଲିଂ – ୧୬
କାୟାକିଂ କାନୋଇଂ – ୧୭
ସିପକଟାକ୍ରୋ – ୧୬
ରୋଲର ସ୍କେଟିଂ – ୧୪
ଜିମ୍ନାଷ୍ଟିକ୍‌ସ – ୧
ଅସୀ ଚାଳନା – ୯
କୁସ୍ତି – ୧୮
ଅଶ୍ବଚାଳନା – ୧୧
ସ୍ପୋର୍ଟସ କ୍ଲାଇମ୍ବିଂ – ୭
କ୍ରିକେଟ ପୁରୁଷ ଓ ମହିଳା – ୩୦
ହ୍ୟାଣ୍ଡବଲ ମହିଳା – ୧୬
ହକି ପୁରୁଷ ଓ ମହିଳା – ୩୬
କବାଡି ପୁରୁଷ ଓ ମହିଳା – ୨୪
ରଗ୍‌ବୀ ମହିଳା – ୧୨
ବାସ୍କେଟବଲ ପୁରୁଷ ଓ ମହିଳା – ୨୦
ଭଲିବଲ ପୁରୁଷ ଓ ମହିଳା – ୨୪
ଫୁଟବଲ ପୁରୁଷ ଓ ମହିଳାରେ – ୪୪

- Advertisement -

ପ୍ରତିଯୋଗିତାରେ ଓଡ଼ିଶାରୁ ଦୌଡ଼କୁଦ ଜାଭେଲିନରେ କିଶୋର କୁମାର ଜେନା, ନୌଚାଳନାରେ ସୋନାଲୀ ସ୍ବାଇଁ ଓ ଋତୁ କାଉଡି, ମହିଳା ହକିରେ ଦୀପ୍‌ଗ୍ରେସ ଏକ୍କା ଓ ପୁରୁଷରେ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ମହିଳା ଫୁଟବଲରେ ପ୍ୟାରୀ ଖାଖା ଓ ମନୀଷା ପାନ୍ନା ସ୍ଥାନ ପାଇବା ନେଇ ଆଶା କରାଯାଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories