ରେଙ୍ଗାଲି: ରେଙ୍ଗାଲି ଠାରେ ଥିବା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଦୁଇ ଦିନିଆ ମାତୃ କର୍ମଶାଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିଶୁ ବାଟିକା ବିଭାଗର ମାଆ ମାନଙ୍କୁ ନେଇ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିଜ ନିଜର ଶିଶୁ ମାନଙ୍କୁ କିପରି ଖେଳ, ଗୀତ, ଗପ, ଘରୋଇ ଆସବାବ ପତ୍ରକୁ ନେଇ ପାଠ ପଢାଇବା ସହିତ ଶିଶୁଙ୍କର ମାସିକ ଶାରିରୀକ ଓ ବୌଦ୍ଧିକ ବିକାଶ ହୋଇ ପାରିବ ସେ ସଂକ୍ରାନ୍ତରେ ପ୍ରଶିକ୍ଷଣ ଦିଆଯାଇଥିଲା। ଶିଶୁଙ୍କ ଉପରେ ଅଧିକ ବୋଝ ଲଦି ନ ଦେବାକୁ ମାଆ ମାନଙ୍କୁ ଅବଗତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ସଂପାଦକ ସରୋଜ ବିଶୋଇ, ପ୍ରଧାନ ଆଚାର୍ଯ୍ୟ ଦୀପ୍ତି ରଞ୍ଜନ ପୋଥାର, ଶିଶୁ ବାଟିକା ପ୍ରମୁଖ ମମତା ନାୟକ, ଶିଶୁ ବାଟିକା ସହପ୍ରମୁଖ ମାନସୀ ବଢେଇ ତଥା ଶିଶୁ ବାଟିକାର ଗୁରୁମା ସ୍ବପ୍ନା, ଶେଭାଗିନୀ ଉପସ୍ଥିତ ଥିଲେ।
Popular Categories



