ଗୋପାଳପୁର: ଗୋପାଳପୁର ମିଲିଟାରୀ ଷ୍ଟେସନ ପରିସରରେ ଆଜି ୨୪ ତମ କାର୍ଗିଲ ବିଜୟ ଦିବସ ସେନା ପକ୍ଷରୁ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ଏସ ଶ୍ରବଣ ବିବେକ କୁମାର ଏବଂ ଅତିରିକ୍ତ ଜିଲ୍ଲାପାଳ ଲୀଳା କୁମାରୀ ଖେସ ଅତିଥି ଭାବେ ଯୋଗଦେଇ ଶହୀଦଙ୍କ ସ୍ମୃତି ଚାରଣ କରିବା ସହ ଶହୀଦ ସ୍ମୃତି ସ୍ମାରକୀରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ଏହି ସ୍ମୃତି ଚାରଣ ଦିବସରେ ଆର୍ମି କର୍ତ୍ତୁପକ୍ଷଙ୍କ ବରିଷ୍ଠ ଅଧିକାରୀ ବ୍ରିଗେଡର ଆଇ ଏସ ପଞରଥ, ଷ୍ଟେସନ କମାଣ୍ଡର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।
Popular Categories



