ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସମୀକ୍ଷା ବୈଠକ
ସମ୍ବଲପୁର: ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା, ଉପଖଣ୍ଡିୟ ସାମାଜିକ ଅଧିକାରୀ ରାଜେନ୍ଦ୍ର କିଷାନ ଓ ଜିଲା କାର୍ଯ୍ୟକ୍ରମ ସହାୟକ ସୁଦୀପ୍ତ କୁମାର ପାଢ଼ୀ ପ୍ରମୁଖ ମଞ୍ଚାସୀନ ରହିଥିଲେ। ବୈଠକରେ ବିଭାଗ ପକ୍ଷରୁ ଦିଆଯାଉଥିବା ପେନସନ, ଭତ୍ତା ଓ ଭିନ୍ନକ୍ଷମର ବିଭିନ୍ନ ଯୋଜନା ଗୁଡିକର ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ବୈଠକରେ ଜିଲାର ୯ଟି ବ୍ଲକ ଧନକଉଡା, ଜମନକିରା, ଯୁଯୁମୁରା, ମାନେଶ୍ୱର, ନାକଟିଦେଉଳ, ରେଢ଼ାଖୋଲ, ବାମରା, କୁଚିଣ୍ଡା ଓ ରେଙ୍ଗାଲି ସମେତ ସମ୍ବଲପୁର ମହାନଗର ନିଗମ, କୁଚିଣ୍ଡା ଓ ରେଢ଼ାଖୋଲ ଏନଏସିର ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।
Comments are closed.