www.samajalive.in
Sunday, December 14, 2025
19.1 C
Bhubaneswar

ଟାଉନ ହାଇସ୍କୁଲର ସମସ୍ୟା ସମାଧାନ ଦାବି

ସମ୍ବଲପୁର: ସମ୍ବଲପୁରର ଅନ୍ୟତମ ପୁରାତନ ନୃସିଂହ ଟାଉନ ହାଇସ୍କୁଲରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ଗୁଡିକର ସମାଧାନ ପାଇଁ ଜିଲାପାଳଙ୍କ ନିକଟରେ ଏହାର ପୁରାତନ ଛାତ୍ର ସଂଘ ଦାବି କରିଛି। ଜିଲା ପ୍ରଶାସନକୁ ଶୁକ୍ରବାର ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ହାଇସ୍କୁଲରେ ଦୀର୍ଘ ଦିନ ହେବ ପ୍ରଧାନ ଶିକ୍ଷକ ନ ଥିବାରୁ ନାହିଁ ନ ଥିବା ଅସୁବିଧା ହେଉଛି। ଏଥି ସହ ବିଦ୍ୟାଳୟର ଶ୍ରେଣୀ କୋଠରୀ ଗୁଡିକ ପୁରାତନ ହୋଇଥିବାରୁ ଏହା ଅତ୍ୟନ୍ତ ବିପଦଶଙ୍କୁଳ ଅବସ୍ଥାରେ ରହିଛି, ବିଦ୍ୟାଳୟର ପାଚେରୀ ଭାଙ୍ଗି ଯାଇଥିବାରୁ ଅସାମାଜିକ ତତ୍ୱ ମାନେ ଅବାଧରେ ପ୍ରବେଶ କରି ଉତ୍ପାତ ହେଉଛନ୍ତି, ବିଦ୍ୟାଳୟର ନିୟମିତ ରକ୍ଷଣାବେକ୍ଷଣ କରାଯାଉ ନାହିଁ, ବିଗତ ଦିନରେ ୫ଟି ଯୋଜନାରେ ବିଦ୍ୟାଳୟରେ ଏକ ବିଜ୍ଞାନ ଲ୍ୟାବ ଆରମ୍ଭ କରାଯାଇଥିବା ବେଳେ କିନ୍ତୁ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ନାହାନ୍ତି, ଖେଳକୁଦର କୌଣସି ଉନ୍ନତିକରଣର କାର୍ଯ୍ୟ କରାଯାଉ ନାହିଁ, ସୁରକ୍ଷା କର୍ମୀ ଙ୍କ ନିଯୁକ୍ତି, ବିଦ୍ୟାଳୟ ଥିବା ଜମିକୁ ବିଦ୍ୟାଳୟ ନାମରେ କରିବା ଏବଂ ପୂର୍ବରୁ ଏହି ବିଦ୍ୟାଳୟର ଏନସିସି ଛାତ୍ର ମାନେ ଜାନୁଆରୀ ୨୬ରେ ରାଜଧାନୀ ଦିଲ୍ଲୀ ଠାରେ ହେଉଥିବା ପରେଡରେ ସାମିଲ ହୋଇଥିବାର ନଜୀର ରହିଥିବା ବେଳେ ଏବେ ଏନସିସିକୁ ବନ୍ଦ କରି ଦିଆଯାଇଛି। ଏଣୁ ଏନସିସି ପୁନଃ ବିଦ୍ୟାଳୟରେ ଚାଲୁ କରିବା ପାଇଁ ପୁରାତନ ଛାତ୍ର ସଂଘ ତରଫରୁ ଜିଲା ପ୍ରଶାସନ ନିକଟରେ ଦାବି କରାଯାଇଛି। ଜିଲା ପ୍ରଶାସନ ଓ ଜିଲା ଶିକ୍ଷା ଅଧିକାରୀଙ୍କୁ ଶୁକ୍ରବାର ପ୍ରଦତ୍ତ ଦାବିପତ୍ରରେ ସଂଘର ସମ୍ପାଦକ ଦୀନବନ୍ଧୁ ପଣ୍ଡା, ଗୋରେଖ ଲାଲ ଦାସ, ବେଦବ୍ୟାସ ଶତପଥୀ, ବିବେକାନନ୍ଦ ସାହୁ, ଦିଲୀପ ମିଶ୍ର ଓ ରାଜେନ୍ଦ୍ର ପାଢ଼ୀଙ୍କ ଦସ୍ତଖତ ରହିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories