କଳା ପରିଷଦର ୨ ଛାତ୍ରୀଙ୍କୁ ଜାତୀୟ ମେଧାବୃତ୍ତି

ସମ୍ବଲପୁର: ସମ୍ବଲପୁର କଳା ପରିଷଦର ୨ ଜଣ ଛାତ୍ରୀଙ୍କୁ ଜାତୀୟ ମେଧାବୃତ୍ତି ମିଳିଛି। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଦ୍ୱାରା ଆସନ୍ତା ୨ ବର୍ଷ ପାଇଁ ଜାତୀୟ ମେଧାବୃତ୍ତି ପ୍ରଦାନ କରାଯାଇଥିବା ବେଳେ ପରିଷଦର ସୁଚରିତା ପାଣିଗ୍ରାହୀ ଓ ରୁପସି ଭେଗଡ଼ଙ୍କୁ ଏହା ପ୍ରାପ୍ତ ହୋଇଛି। ଗୁରୁ ସୁର୍ଯ୍ୟ ପ୍ରକାଶ ଗୁରୁଙ୍କ ଠାରୁ ୧୦ ବର୍ଷ ହେଲା ସେମାନେ ନୃତ୍ୟ ଶିକ୍ଷା ଗ୍ରହଣ କରି ଆସୁଛନ୍ତି। ସୁଚରୀତା ପାଣିଗ୍‌‌ରାହୀ କମ୍ପ୍ୟୁଟର ପାଠ୍ୟକ୍ରମରେ ସ୍ନାତକ ଡିଗ୍ରୀ ହାସଲ କରିବା ସହିତ ବର୍ତ୍ତମାନ ଏମବିଏ ଅଧ୍ୟୟନରତ ଅଛନ୍ତି। ରୁପସି ଭେଗଡ଼ ସ୍ନାତକ ଡିଗ୍ରୀ ହାସଲ ପରେ ହାଇଦ୍ରାବାଦ ଠାରେ ଏକ ବେସରକାରୀ ସଂସ୍ଥାରେ ଚାକିରୀ କରୁଛନ୍ତି। ଉଭୟ ଛାତ୍ରୀ ବିଗତ ୧୦ ବର୍ଷ ହେବ ସମ୍ବଲପୁର କଳା ପରିଷଦ ଅଧିନରେ ସମଗ୍ର ଦେଶର ବିଭିନ୍ନ ସ୍ଥାନରେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଆସୁଛନ୍ତି। ଉଭୟଙ୍କ ଏହି କୃତୀତ୍ୱ ପାଇଁ ସେମାନଙ୍କୁ ସବୁ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଦିଆଯାଉଛି।

Comments are closed.