ଆଠଗଡ଼: ଆଠଗଡ଼ର ଆରାଧ୍ୟ ପ୍ରଭୁ ଅଟ୍ଟାଳି ଜଗନ୍ନାଥ ଦେବଙ୍କ ବାହୁଡାଯାତ୍ରା ଓ ସୁନାବେଶ ଉପଲକ୍ଷେ ପ୍ରତିବର୍ଷ ପରି ଚଳିତ ବର୍ଷ ଶ୍ରୀ ଜଗନ୍ନାଥ କୃପା ପରିଷଦ ପକ୍ଷରୁ ୪ଦିନ ବ୍ୟାପୀ ଭଜନ ସମାରୋହ ଆୟୋଜନ ହୋଇଛି। ବୁଧବାର ବାହୁଡା ସନ୍ଧ୍ୟାରେ ପରିଷଦର ସଭାପତି ହେମନ୍ତ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଇନଜୀବୀ ପ୍ରାଣକୃଷ୍ଣ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ଭଜନ ସମାରୋହକୁ ଉଦ୍ଘାଟନ କରିଥିଲେ। ସେଠାରେ ୩ଦିନ ଧରି ସାର୍ଥକ ଚାନେଲର କଳାକାରମାନେ ଭଜନ ପରିବେଷଣ କରୁଥିବାବେଳେ ଚତୁର୍ଥଦିନ ଆଠଗଡ଼ ସ୍ଥାନୀୟ ଉଦୀୟମାନ କଳାକାରମାନେ ଭଜନ ପରିବେଷଣ କରିବେ ବୋଲ ସରୋଜ କୁମାର ଦାସଙ୍କ ସୁତ୍ରରୁ ପ୍ରକାଶ।
Popular Categories



