ଆଠଗଡ଼: ଆଠଗଡ଼ର ପରମ୍ପରା ଅନୁଯାୟୀ ଏକାଦଶୀ ତିଥିରେ ସୁବର୍ଣ୍ଣ ଅଳଙ୍କାରମଣ୍ଡିତ ଅଟ୍ଟାଳି ଜଗନ୍ନାଥ ଦେବଙ୍କୁ ଶ୍ରୀ ହନୁମାନ ଜୀଉ ଦର୍ଶନ କରିଥିଲେ। ଚାନ୍ଦବାଲି ଛକସ୍ଥିତ ହନୁମାନ ମନ୍ଦିରରୁ ଶ୍ରୀ ହନୁମାନ ଜୀଉଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ଘଣ୍ଟ, ଘଣ୍ଟା, ସଂକୀର୍ତ୍ତନ ଓ ରୋଷଣି ମଧ୍ୟରେ ଶୋଭାଯାତ୍ରା କରି ରଥ ନିକଟକୁ ଅଣାଯାଇଥିଲା। ସେଠାରେ ରଥାରୂଢ ଶ୍ରୀ ଜଗନ୍ନାଥଙ୍କୁ ହନୁମାନ ଜୀଉଙ୍କ ଦର୍ଶନ କରାଇବା ସହିତ ଭୋଗ ନୈବେଦ୍ୟ ଅର୍ପଣ କରାଯାଇଥିଲା। ଚାନ୍ଦବାଲି ଛକ ହନୁମାନ ମନ୍ଦିରର ପ୍ରତିଷ୍ଠାତା ତଥା ସମାଜର ସଂପାଦକ ନିରଞ୍ଜନ ରଥ ନିଜେ ଅନ୍ୟ ଶ୍ରଦ୍ଧାଳୁଙ୍କ ସହ ବିମାନରୂଢ ହନୁମାନଙ୍କୁ କାନ୍ଦେଇ ଜଗନ୍ନାଥ ଦର୍ଶନ କରାଇଥିଲେ। ରଥ ନିକଟରେ ତହସିଲଦାର ପ୍ରିୟବ୍ରତ ଦାସ, ଏସଡିପିଓ ବିଜୟ କୁମାର ବିଶି, ପୁଲିସ ଉପନିରୀକ୍ଷକ ବିଶ୍ୱଜିତ୍ ଜେନା ଓ ଜନ୍ମିତା ସାସମଲ ଏହି କାର୍ଯ୍ୟକ୍ରମ ସମୟରେ ଉପସ୍ଥିତ ରହି ହନୁମାନ ଜୀଉଙ୍କୁ ପାଛୋଟି ନେଇଥିଲେ। ରଥ ନିକଟରେ ଉପସ୍ଥିତ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଭଗବାନଙ୍କର ଏହି ଅପୂର୍ବ ମିଳନର ଦୃଶ୍ୟକୁ ଦେଖି ଭାବବିହ୍ୱଳ ହୋଇ ପଡ଼ିଥିଲେ।
Popular Categories



