www.samajalive.in
Friday, December 12, 2025
27.1 C
Bhubaneswar

ଚିକିତ୍ସାଧିନ ଅବସ୍ଥାରେ ଗୁରୁତର ଯୁବକର ମୃତ୍ୟୁ

କଲମପୁର: କଲମପୁର କୋଟାଗାଁ ମୁଖ୍ୟ ରାସ୍ତାର ବେହେରା ନାଲା ନିକଟରେ ଘଟିଥିଲା ବାଇକ ଦୁର୍ଘଟଣା। ଏଥିରେ ଗୁରୁତର ହେଇଥିବା ବାଗପଡ଼ା ଗ୍ରାମର ଭରତ ଶବରଙ୍କ ବୁର୍ଲା ଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ପରେ ଗୁରୁବାର ସଂଧ୍ୟାରେ ବାଗପଡ଼ାକୁ ଶବ ପହଂଚିଛି। ଶୋକାକୁଳ ପରିବେଶ ମଧ୍ୟରେ ଶ୍ମଶାନ ରେତାର ଦାହ ସଂସ୍କାର କରାଯାଇଛି।

ସୁଚନା ଅନୁସାରେ ବୁଧବାର ଦିନ ରାତି ପ୍ରାୟ ୮ଟା ବେଳେ କଲମପୁର ଠାରେ ବାହୁଡା ଯାତ୍ରା ଦେଖି ରଣମାଲ ଖଲିଆଭଟା ଗ୍ରାମରେ ଥିବା ମାମୁଁ ଘରକୁ ଯାଉଥିବା ବେଳେ କଲମପୁର କୋଟାଗାଁ ମୁଖ୍ୟ ରାସ୍ତାର ବେହେରାନାଲା ନିକଟରେ ବାଇକରୁ ପଡ଼ି ବାଗପଡ଼ା ଗ୍ରାମର ଭରତ ଶବର ନାମକ ଯୁବକ ଗୁରୁତର ହେଇ ପଡ଼ିଥିଲେ। ତାଙ୍କୁ ସାଥିରେ ଥିବା ଯୁବକ ମାନେ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ମୁଣ୍ଡରେ ଆଘତ ଯୋଗୁଁ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରବର୍ତି ସମୟରେ ବୁର୍ଲା ସ୍ତାନାନ୍ତରିତ କରାଯାଇଥିଲା। ବୁର୍ଲା ଠାରେ ଚିକିତ୍ସାଧିନ ଅବସ୍ତାରେ ଭରତଙ୍କ ମୃତ୍ୟୁ ଘଟିଥିଲା। ସେଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତରିତ କରାଯାଇଥିଲା। ଗୁରୁବାର ସଂଧ୍ୟାରେ ବାଗପଡ଼ା ଠାରେ ଶବ ପହଂଚିବା ପରେ ଶୋକାକୁଳ ପରିବେଶରେ ଦାହ ସଂସ୍କାର କରାଯାଇଛି।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories