ଧାମରା: ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତର ଜିଆରଏସ ପୂର୍ଣେନ୍ଦୁ ପାତ୍ରଙ୍କ ମରଣାନ୍ତକ ଆକ୍ରମଣରେ ଶିକାର ହୋଇ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ ରାଜୁ ଜେନା। ଗୁରୁବାର ଅପରାହ୍ଣ ୧୨ଟା ସମୟରେ ଆଦାନୀ ବନ୍ଦର ୧ନଂ ଗେଟ ନିକଟରେ ଥିବା ଏକ ହୋଟେଲର ସଂପୃକ୍ତ ଜିଆରଏସ ଲୁହା ରଡ ଏବଂ ପଥର ସାହାଯ୍ୟରେ ଦୋସିଙ୍ଗା ସମିପାଟିଆ ଗ୍ରାମର ରାଜୁ ଜେନାଙ୍କୁ ଅତର୍କିତ କରିଥିଲେ। ପୂର୍ଣେନ୍ଦୁଙ୍କ ଏହି ଅତର୍କିତ ଆକ୍ରମରେ ରାଜୁ ଆହତ ହୋଇ ତଳେ ପଡ଼ିଯାଇଥିଲେ ପରେ ଏକ ଲୁହା ରଡ ଏବଂ ପଥର ସାହାଯ୍ୟରେ ରାଜୁଙ୍କୁ ମୁଣ୍ଡକୁ ଏବଂ ଶାରା ଶରୀରକୁ ସେ ପିଟି ଚାଲିଥିଲେ। ସ୍ଥାନୀୟ ଦୋକାନୀ ଏହି ଖବର ଧାମରା ପୁଲିସକୁ ଦେବା ପରେ ଧାମରା ପୁଲିସ ଆସି ମୁର୍ମୁଷ ଅବସ୍ଥାରେ ରାଜୁକୁ ଆଣି ଧାମରା ମେଡିକାଲରେ ଭର୍ତି କରାଇଥିଲେ। ଆହତ ରାଜୁଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେଉଥିବାରୁ ପରେ ତାକୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସେଠାରେ ଅବସ୍ଥା ଅତି ଗୁରୁତ୍ୱର ହେବାରୁ ତାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ଜଣାଯାଇଛି। ପ୍ରାପ୍ତ ଖବର ଅନୁଯାୟୀ ରାଜୁ ଏକ ପ୍ରଧାନମନ୍ତ୍ରୀ ଆଓାସ ପାଇବା ପାଇଁ ଦୋସିଙ୍ଗା ଜିଆରଏସ ପୂର୍ଣେନ୍ଦୁ ପାତ୍ରକୁ ଦୀର୍ଘ ୨ବର୍ଷ ହେବ କିଛି ଟଙ୍କା ଦେଇଥିଲେ। ରାଜୁ ଏହି ପ୍ରଧାନମନ୍ତ୍ରୀ ଆଓାସ ନ ପାଇବାରୁ ସେ ଆଜି ସଂପୃକ୍ତ ଜିଆରଏସ ପୂର୍ଣେନ୍ଦୁଙ୍କୁ ଦେଇଥିବା ଟଙ୍କା ମାଗିଥିଲେ ଏହି କଥାରେ ସଂପୃକ୍ତ ଜିଆରଏସ ଉତ୍ୟକ୍ତ ହୋଇ ଲୁହା ରଡ ଏବଂ ପଥର ସାହାଯ୍ୟରେ ରାଜୁ ଜେନାକୁ ଆକ୍ରମଣ କରିଥିଲେ। ରାଜୁ ତଳେ ପଡ଼ିଯିବା ପରେ ସଂପୃକ୍ତ ଜିଆରଏସ ସେହି ହୋଟେଲରୁ ଖସି ଯାଇ ଦୋସିଙ୍ଗା ଠାରେ ଥିବା ଏକ ବ୍ୟାଙ୍କ ମଧ୍ୟରେ ଲୁଚି ଯାଇଥିଲେ। ଧାମରା ପୁଲିସ କୌଣସି ସୂତ୍ରରୁ ଖବର ପାଇ ସଂପୃକ୍ତ ଜିଆରଏସ ପୂର୍ଣେନ୍ଦୁ ପାତ୍ରଙ୍କୁ ବ୍ୟାଙ୍କ ରୁ ଆଣି ଥାନାରେ ଅଟକ ରଖିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ସଂପୃକ୍ତ ଜିଆରଏସ ଧାମରା ଥାନାରେ ଅଟକ ଥିବା ବେଳେ ଧାମରା ଥାନା ଅଧିକାରୀ ରାଜୁ ଜେନାଙ୍କ ପରିବାର ପକ୍ଷରୁ କୌଣସି ଲିଖିତ ଅଭିଯୋଗ ପାଇ ନଥିବା ଜଣାଯାଇଛି। ଲିଖିତ ଅଭିଯୋଗ ପାଇବା ପରେ ସେ ଏହି ବିଷୟରେ ତଦନ୍ତ କରି ସଂପୃକ୍ତ ଜିଆରଏସଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ଗଣମାଧ୍ୟମ ପାଖରେ ପ୍ରତିକ୍ରିୟା ରଖିଥିଲେ। ଅଂଚଳବାସୀ ଏହି ମରଣାତ୍ନକ ଆକ୍ରମଣରେ ଦୃଢ ନିନ୍ଦା କରିବା ସହ ସଂପୃକ୍ତ ଜିଆରଏସ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଭଦ୍ରକ ଆରକ୍ଷୀ ଅଧୀକ୍ଷକ ଏବଂ ଜିଲ୍ଲାପାଳଙ୍କ ନିକଟରେ ଦାବୀ ରଖିଛନ୍ତି।
Popular Categories



