ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ରଥଯାତ୍ରା ଶାନ୍ତିଶୃଖଳା ସହ ସମାପନ ହୋଇଯାଇଛି। ତେବେ ଚଳିତ ବର୍ଷ ପ୍ରଥମଥର ଶ୍ରୀଜଗନ୍ନାଥ, ବଳଭଦ୍ର ମହାପ୍ରଭୃ, ସୁଭଦ୍ରା ଦେବୀଙ୍କ ସୁନାବେଶ କରା୍ଯାଇଛି। ମନ୍ଦିର ପରିଚାଳନା କମିଟି ଏବଂ ଅଚଂଳବାସୀଙ୍କ ସହ ଯୋଗରେ ସୁବର୍ଣ୍ଣ ବେଶ ଧାରଣ କରିଥିଲେ ତିନି ଠାକୁର। ଶ୍ରୀଅଙ୍ଗ, ଶ୍ରୀପାଦ ଓ ମଥାରେ ସୁନା ମୁକୁଟ ପିନ୍ଧି ରଥାରୁଢ ଜଗନ୍ନାଥ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ପ୍ରଥମଥର ସୁନାବେଶ ଆରମ୍ଭ ହୋଇ ଥିବାରୁ ପୁରୁଣାକଟକ ସମେତ ଆଖପାଖ ଅଚଂଳର ବହୁ ଶ୍ରଦ୍ଧାଳୁ ଭକ୍ତ ଙ୍କ ସମାଗମ ହୋଇଥିଲା। ଶାନ୍ତିଶୃଖଳା ରକ୍ଷାପାଇଁ ପୁଲିସ ପକ୍ଷରୁ ବନ୍ଦୋବସ୍ତ କରାଯାଇଥିଲା।
Popular Categories



