www.samajalive.in
Saturday, December 13, 2025
27.1 C
Bhubaneswar

ଗୌରୀ ମିଶ୍ର ହତ୍ୟାକାଣ୍ଡ ଘଟଣା, ଅପହୃତ ଯୁବକଙ୍କୁ ହତ୍ୟା ସନ୍ଦେହ

ଗୁଣୁପୁର: ସ୍ବେଚ୍ଛାସେବୀ ଗୌରୀ ମିଶ୍ର ଗୁଳିକାଣ୍ଡ ଘଟଣା ଦିନକୁ ଦିନ ଜଟିଳ ପରିସ୍ଥିତି ଆଡକୁ ଗତି କରୁଛି। ମାମଲାକୁ ସମ୍ପୂର୍ଣ୍ଣ ରୂପେ ରଫା ଦଫା କରେଇଦେବାକୁ ଉଦ୍ୟମ ହେଉଥିବା ଚର୍ଚ୍ଚା ହେଉଛି। ଏହି ଘଟଣା ସମ୍ପର୍କରେ ଜାଣିଥିବା ଭି ରାଜେଶ ନାମକ ଯୁବକଙ୍କୁ ବିଶାଖାପାଟଣା ଠାରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସର ଏକ ଟିମ ଆଜି ବିଶାଖାପାଟଣା ଅଭିମୁଖେ ଯାଇଥିବା ବେଳେ ସେଠାରୁ ଫେରିଲେ ହିଁ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କୁହାଯାଉଛି। ଥାନା ପରିସରରେ କଟକଣା ଜାରି କରାଯିବା ସହ କାହାରିକୁ ଥାନା ମଧ୍ୟରେ ପ୍ରବେଶ କରାଯାଉ ନ ଥିବା ଜଣାପଡିଛି।

ଗତ ମେ ୧୩ ତାରିଖରେ ବଂଶଧାରା ପୋଲ ଉପରେ କେହି ଦୁର୍ବୃତ୍ତ ଗୌରୀ ମିଶ୍ରଙ୍କୁ ଗୁଳିକରି ହତ୍ୟା କରିଥିଲେ। ପୁଲିସ ତଦନ୍ତ ଜାରି ରଖିଥିଲେ ମଧ୍ୟ କୌଣସି ଟେର ପାଉନଥିବା ବେଳେ ନାଟକୀୟ ଭାବେ ଗତ ୨୫ ତାରିଖରେ ଗୁଣୁପୁର କୁମ୍ଭାର ସାହିର ଭି ଲକ୍ଷ୍ମୀ ନାମକ ଜଣେ ମହିଳା ତାଙ୍କ ପୁଅ ରାଜେଶ ନିଖୋଜ ଥିବା ନେଇ ଗୁଣୁପୁର ଥାନାରେ ଅଭିଯୋଗ କରିଥିଲେ। ଏହି ହତ୍ୟାକାଣ୍ଡ ଘଟଣା ସମ୍ପର୍କରେ ତାଙ୍କ ପୁଅ ଜାଣିଥିବା ଓ ଦୁଇ ଜଣଙ୍କ ନାମ କହିଥିବା ଲକ୍ଷ୍ମୀ ଅଭିଯୋଗରେ ଦର୍ଶାଇଥିଲେ। ତେବେ ଭୁବନେଶ୍ୱରରୁ ବେଙ୍ଗାଳୁରୁ ଯାଉଥିବା ବେଳେ ତାଙ୍କ ପୁଅକୁ ବିଶାଖାପାଟଣାରେ କେହି ଅପହରଣ କରିଥିବା, ଯେହେତୁ ରାଜେଶ ହତ୍ୟାକାରୀଙ୍କୁ ଜାଣିଥିଲା ତେଣୁ ସେମାନେ ହିଁ ଅପହରଣ କରିଥିବା ସନ୍ଦେହ ସମ୍ପର୍କରେ ଥାନାରେ ଜଣାଇଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories