ଫୁଲବାଣୀ: ଆଜି ଟିମ୍ ହ୍ୟୁମାନିଟି କନ୍ଧମାଳ ଦ୍ବାରା ପୁଣି ଏକ ମହାନ ଧର୍ମ କାର୍ଯ୍ୟ କରାଯାଇଛି। ଗଜପତିର ୫୭ ବର୍ଷୀୟ ବୃଦ୍ଧ ଫେନିସ ନାୟକ ଟିକାବାଲି ବ୍ଲକର ଡୁଟୁକା ଗ୍ରାମରେ ରହି ଆସୁଥିଲେ। ଦେହ ଅସୁସ୍ଥ ହେବାରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ଦୁଃଖଦ ଦେହାନ୍ତ ହେଇଥିବା ବେଳେ ତାଙ୍କ ମର ଶରୀରକୁ ଦାହ ନିମନ୍ତେ ପରିବାର ବର୍ଗ ଅସମର୍ଥ ଥିଲେ। ଏ ନେଇ ଟିମ୍ ହ୍ୟୁମାନିଟି କନ୍ଧମାଳର ଆବାହକ ଭି. ଲୋକନାଥ ରାଜୁଙ୍କୁ ଯୋଗାଯୋଗ କରି ଅନୁରୋଧ କରିଥିଲେ। ଅନୁରୋଧ ରକ୍ଷାକରି ଟିମ୍ ସଦସ୍ୟ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଉକ୍ତ ପରିବାରକୁ ଭେଟି ସତ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଟିମ୍ ସଦସ୍ୟ ଭି. ଜଗନ୍ନାଥ ରାଜୁ, ମହେଶ ସୁବୁଦ୍ଧି, ସନ୍ତୋଷ କୁମାର ବାରିକ, ଶିବପ୍ରସାଦ ପାତ୍ର, ଅନୁପ ବିକ୍ରମ ପାତ୍ର, ଅକ୍ଷୟ କୁମାର ମହାପାତ୍ର, ରାଜୀବ ନେତ୍ର ପଟ୍ଟନାୟକ ପ୍ରମୁଖ ମିଳିତ ଭାବେ ଦାୟିତ୍ୱ ନେଇ ସ୍ଥାନୀୟ ନାରାୟଣୀ ମନ୍ଦିର ପାଖ ଶ୍ମଶାନରେ ହିନ୍ଦୁ ରୀତିରେ ଶବ ଦାହ କରାଯାଇଥିଲା।
Popular Categories



