www.samajalive.in
Sunday, December 14, 2025
23.1 C
Bhubaneswar

ଦୁଇ ବ୍ୟାଟେରୀ ରୋରଙ୍କୁ ରାସ୍ତାରେ ଚଲେଇ ଚଲେଇ ଥାନାରେ ଜିମା ଦେଲେ ଗ୍ରାମବାସୀ

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡର ଭୁବନ ଥାନା ଅଞ୍ଚଳରେ ଦୁଇ ଟ୍ରକ ବ୍ୟାଟେରୀ ଚୋରଙ୍କୁ ଧରି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର କରିଥିଲେ। କିନ୍ତୁ ଦୁଇ ତିନି ଘଣ୍ଟା ପରେ ପୋଲିସ ନଆସିବାରୁ ଦୁଇ ଚୋରଙ୍କ ମୁଣ୍ଡରେ ଚୋରି ବ୍ୟାଟେରୀ ରଖି ବନ୍ଦାଳରୁ ଭୁବନ ପୋଲିସ୍ ଷ୍ଟେସନ ଯାହାକି ପ୍ରାୟ ତିନି କିଲୋମିଟର ରାସ୍ତାରେ ଚଲାଇ ଚଲାଇ ଥାନାରେ ଜିମା ଦେଲେ ଗ୍ରାମବାସୀ। ଏପରି ରୋମାଞ୍ଚକର ଘଟଣା ଦେଖିବାକୁ ମିଳିଛି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ-୩ ର ବନ୍ଦାଳ ସାହିରେ।

ଖବର ନେବାରୁ ଜଣାଯାଏ ଯେ, ଗତକାଲି ବିଳମ୍ବିତ ରାତିରେ ଚୋରୋଟି ଟ୍ରକ ଓ ଗୋଟିଏ ଟ୍ରାକ୍ଟରରୁ ବ୍ୟାଟେରୀ ଚୋରି ହୋଇଥିଲା। ତେବେ ସକାଳେ କୌଣସି ସୁତ୍ରରୁ ଖବର ପାଇ ବନ୍ଦାଳ ସାହିର ଦୁଇ ଯୁବକ ଛାୟା ଦେହୁରୀ ଓ ମାନସ ମଳିକଙ୍କୁ ପଚରାଉଚରା କରାଯାଇଥିଲା। ତେବେ ସେମାନେ ଦୁହେଁ ନମାନିବାରୁ ସେମାନଙ୍କର ଘର ତଲାସି ନିଆଯାଇଥିଲା। ତଲାସିରୁ ଗୋଟିଏ ବ୍ୟାଟେରୀ ମିଳିଥିଲା। ଗ୍ରାମବାସୀଙ୍କ ସନ୍ଦେହ ଦୃଢିଭୁତ ହେବାରୁ ଦୁଇ ଯୁବକଙ୍କୁ ସାହିର ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ରଖିଥିଲେ। ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ ମଧ୍ୟ ପ୍ରାୟ ତିନିରୁ ଚାରି ଘଣ୍ଟା ବିତିଯାଇଥିଲେ ମଧ୍ୟ ଘଟଣାସ୍ଥଳରେ ପୋଲିସ ପହଞ୍ଚି ନ ଥିଲା। ପୋଲିସ ନପହଞ୍ଚିବାରୁ ବାଧ୍ୟ ହୋଇ ଗ୍ରାମବାସୀ ଦୁଇ ଚୋରକୁ ତିନି କିମି ଚଲେଇ ଚଲେଇ ଥାନାରେ ଜିମା ଦେଇଛନ୍ତି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories