www.samajalive.in
Sunday, December 14, 2025
15.1 C
Bhubaneswar

ଆଖିରେ ଲଙ୍କାଗୁଣ୍ଡ ପକାଇ ଖଣ୍ଡାରେ‌ ହାଣିଲେ, ୩ ଲକ୍ଷ ଲୁଟିଲେ

ଗୋପାଳପୁର: ଦିନ ଦ୍ୱିପ୍ରହାରରେ ଜାତୀୟ ରାଜପଥ ନଂ ୧୬ରେ ଜଣେ ବ୍ୟବସାୟୀଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ଖଣ୍ଡାରେ ଆକ୍ରମଣ କରି ୩ ଲକ୍ଷ ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣରେ ଆହତ ହୋଇଥିବା ବ୍ୟବସାୟୀ ଜଣଙ୍କ କନିଷି ଗୁଣ୍ଡିଚା ନଗରର କଉନଆଚନ୍ଦ୍ର କଠୁଆ ବୋଲି ଜଣାପଡ଼ିଛି। ଆହତ କୁନାଚନ୍ଦ୍ର ହଳଦିଆପଦର ସ୍ଥିତ ଅଟୋ ନଗର ପରିସରରେ ଗାଡି ସ୍ପେୟାର ପାର୍ଟସ ଦୋକାନ ସହ ଏକ ଗ୍ୟାରେଜ କରିଛନ୍ତି।

ଅଭିଯୋଗ ଅନୁଯାୟୀ କୁନାଚନ୍ଦ୍ର ଆଜି ଦିନ ୧୧ଟା ବେଳେ ନିଜ ମୋଟରସାଇକେଲ ଯୋଗେ ବ୍ରହ୍ମପୁରରେ ଥିବା ନିଜ ମାଙ୍କୁ ମେଡିକାଲରେ ଚିକିତ୍ସା ନିମନ୍ତେ ଯାଉଥିଲେ। ଏହି ସମୟରେ ଅଟୋ ନଗରର ଅନତି ଦୂରରେ ରାଜପଥର କଡ ରାସ୍ତା ତଥା ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ ତିନି ଯୁବକ କୁନାଚନ୍ଦ୍ରଙ୍କୁ ଅଟକାଇବା ସହ ଆଖିରେ ଲଙ୍କାଗୁଣ୍ଡ ପକାଇ ଦେଇଥିଲେ। ଏଥିରେ କୁନାଚନ୍ଦ୍ର ଭୟଭୀତ ହୋଇ ରାସ୍ତା କଡକୁ ଓହ୍ଲାଇଯିବା ବେଳେ ତିନି ଯୁବକ ହଠାତ ହାତରେ ଧରିଥିବା ଖଣ୍ଡାରେ କୁନାଚନ୍ଦ୍ରଙ୍କ ମୁଣ୍ଡକୁ ଆକ୍ରମଣ କରିବାକୁ ଉଦ୍ୟମ କରିବା ସମୟରେ କୁନାଚନ୍ଦ୍ର ନିଜକୁ ବଞ୍ଚାଇବାକୁ ବାମ ହାତରେ ଖଣ୍ଡାକୁ ଧରିଦେବା ସମୟରେ ବାମ ପାପୁଲି ସହିତ ଦୁଇଟି ଆଙ୍ଗୁଠିରେ ଗଭୀର ଚୋଟ ଲାଗିଥିଲା। ଏହା ସହ ଯୁବ ମାନେ କୁନାଚନ୍ଦ୍ରଙ୍କ ଛାତିକୁ ମଧ୍ୟ ହାଣିବା ସହ କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ଯିବା ଫଳରେ ମୋଟର ସାଇକେଲରେ ଥିବା ଏକ ବ୍ୟାଗ ଯେଉଁଥିରେ ୩ ଲକ୍ଷ ଟଙ୍କା ରହିଥିଲା ତାହାକୁ ନେଇ ସେମାନେ ମୋଟରସାଇକେଲରେ ବ୍ରହ୍ମପୁର ଆଡକୁ ପଳାଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକ ମାନେ ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲ ନେବା ସହ ଘଟଣା ନେଇ ଗୋଳନ୍ଥରା ଥାନାକୁ ଅବଗତ କରିଥିଲେ। ଖବର ପାଇ ଗୋଳନ୍ଥରା ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଘଟଣା ସ୍ଥଳରୁ ରକ୍ତ ଲଗା ଖଣ୍ଡା, ମାଟିରେ ପଡ଼ିଥିବା ରକ୍ତ ଛିଟା ସଂଗ୍ରହ କରିବା ସହ ଘଟଣାସ୍ଥଳର ଅନତି ଦୂରରେ ଥିବା ଏକ ପେଟ୍ରୋଲ ପମ୍ପ ସମେତ ଅନ୍ୟ ସ୍ଥାନରେ ଥିବା ସିସିଟିଭି ଫୁଟେଜ ସଂଗ୍ରହ ତଦନ୍ତ ଜାରି ରଖିଥିବା ଜଣାପଡିଛି। ଘଟଣା ନେଇ ସନ୍ଧ୍ୟାରେ ଆହତ କୁନାଚନ୍ଦ୍ରଙ୍କ ସ୍ତ୍ରୀ ସପ୍ନା କଠୁଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories