www.samajalive.in
Sunday, December 14, 2025
26.1 C
Bhubaneswar

ସ୍ତ୍ରୀ ଓ ଦେଢଶାଶୁଙ୍କୁ ଆକ୍ରମଣ ମାମଲାରେ ସ୍ବାମୀ ଗିରଫ, କୋର୍ଟ ଚାଲାଣ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟରେ ନିଜ ଭଉଣୀଙ୍କ ଘରେ ରହୁଥିବା ଜଣେ ମହିଳା ସମେତ ତାଙ୍କ ଭଉଣୀଙ୍କୁ ଆକ୍ରମଣ କରିବା ମାମଲାରେ ସ୍ବାମୀଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା ମେଳିଆପୁଟ ଥାନା ଅନ୍ତର୍ଗତ ନଡାସନ୍ଦ୍ରାର ସନ୍ତୋଷ କୁମାର ସାମଲ ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ କୋଳିଥି ଗାଁର ସୁନିତା ଜେନାଙ୍କ ବିବାହ ଗତ ୨ ବର୍ଷ ତଳେ ସନ୍ତୋଷଙ୍କୁ ବିବାହ କରିଥିଲେ।ବିବାହ ପରଠାରୁ ଉଭୟ ସୁନିତା ଓ ସନ୍ତୋଷ ଦଶପଲ୍ଲାରେ ରହି ଆସୁଥିଲେ। କିନ୍ତୁ ଗତ କିଛି ମାସ ତଳେ ସନ୍ତୋଷ ସୁନିତାଙ୍କୁ ମାରଧର କରିବାରୁ ସୁନିତା ଦଶପଲ୍ଲା ଥାନାରେ ସ୍ବାମୀ ସନ୍ତୋଷ ବିରୋଧରେ ମାମଲା ରୁଜୁ କରିଥିଲେ।

ଘଟଣା ପରଠାରୁ ସୁନିତା କନିଷି ରେ ରହୁଥିବା ତାଙ୍କ ଭଉଣୀଙ୍କ ଘରେ ରହି ଆସୁଥିଲେ।ଆଜି ସକାଳ ୧୦ ଟା ବେଳେ ସନ୍ତୋଷ ଅଚାନକ କନିଷିରେ ରହୁଥିବା ସୁନିତାଙ୍କ ନିକଟରୁ ପହଞ୍ଚି ଦଶପଲ୍ଲା ଥାନାରେ ଦେଇଥିବା ଅଭିଯୋଗକୁ ପ୍ରତ୍ୟାହାର କରିବାକୁ ଧମକ ଦେବା ସହ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ସୁନିତା ଆହାତ ହୋଇଥିଲେ। ଏହା ସହ ସନ୍ତୋଷଙ୍କ ଆକ୍ରମଣରେ ସୁନିତାଙ୍କ ଭଉଣୀ ମଧ୍ୟ ଆହାତ ହୋଇଥିଲେ।ଘଟଣା ନେଇ ସୁନିତା ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୨୮୩/୨୩ ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସନ୍ତୋଷ କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories