ବଡ଼ମ୍ବା: କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଶକ୍ତି ମନ୍ତ୍ରୀ ବିଶେଶ୍ଵର ଟୁଡ଼ୁ ଗୁରୁବାର ଦିନିକିଆ ବଡ଼ମ୍ବା ଗ୍ରସ୍ତ କରିଛନ୍ତି। କେନ୍ଦ୍ର ସରକାରଙ୍କ ୯ବର୍ଷ ପୂର୍ତ୍ତି ଅବସରରେ ମହା ଜନସମ୍ପର୍କ କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ଶ୍ରୀ ଟୁଡ଼ୁ ବ୍ଲକର ଆଦିବାସୀ ଅଧ୍ୟୁଷିତ ବଡ଼କମ୍ବିଲୋ ଗ୍ରାମରେ ଅନୁଷ୍ଠିତ ସାଧାରଣ ସଦ୍ଭାରେ ଯୋଗ ଦେଇଥିଲେ। ସଦ୍ଭାରେ ମନ୍ତ୍ରୀ ଶ୍ରୀ ଟୁଡ଼ୁ ସାଧାରଣ ଜନତାଙ୍କ କଲ୍ୟାଣ ସମେତ ଆଦିବାସୀ ଓ ଅବହେଳିତ ଜନଗଣଙ୍କ ନିମନ୍ତେ କରିଥିବା ସମସ୍ତ ଯୋଜନା ତଥା ସବକା ସାଥ ସବକା ବିକାଶ ଲକ୍ଷ ସାଧନ ଉପରେ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ।
ବଡ଼ମ୍ବା ଗାନ୍ଧିଛକସ୍ଥିତ ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ପ୍ରତିମୂିର୍ତିରେ ମନ୍ତ୍ରୀ ଶ୍ରୀ ଟୁଡ଼ୁ ପୁଷ୍ପମାଳ ଦେଇ ପ୍ରଥମେ ଶ୍ରଦ୍ଧା ସୁମନ ଜଣାଇଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପିର ଅନୁସୁଚିତ ମୋର୍ଚ୍ଚାର ରାଷ୍ଟ୍ରୀୟ ସମ୍ପାଦକ ସଞ୍ଜୟ ନିର୍ମଳ, ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା, ବଡ଼ମ୍ବା ବିଧାନସଭା ମଣ୍ଡଳ ବିଜେପି ନେତା ବିଜୟ ଦଳବେହେରା, ବିଭୁଦତ୍ତ ପଟନାୟକ, ସରୋଜ ବେଉରା, ସନ୍ତୋଷ ବେହେରା, ମନୋଜେ କୁମାର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାମନାରାୟଣ ମହାନ୍ତି, ଶୁଭ୍ରାଂଶୁ ପlଢି, ପ୍ରକାଶ ବଡ଼ଜେନା ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ସଫଳତା ଉପରେ ବକ୍ତବ୍ୟ ରଖିଥିଲେ।



