www.samajalive.in
Sunday, December 14, 2025
18.1 C
Bhubaneswar

ନବରଙ୍ଗପୁରରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଗଡିଲା ସଚେତନତା ରଥ

ନବରଙ୍ଗପୁର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ୨୦୨୫ ସୁଦ୍ଧା ଶିଶୁ ଶ୍ରମ ମୁକ୍ତ ଓଡିଶା ଗଠନର ସଂକଳ୍ପ ନେଇ ରାଜ୍ୟରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲାସ୍ତରୀୟ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଅଛି। ଏହି ଅବସରରେ ନବରଙ୍ଗପୁର ଜିଲା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ ତରଫରୁ ନବରଙ୍ଗପୁର ଜିଲ୍ଲା ରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଏହାର ବହୁଳ ପ୍ରସାର ପ୍ରଚାର ପାଇଁ ଏକ ସଚେତନତା ରଥ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆରମ୍ଭ କରାଯାଇଛି। ଜିଲାପାଳ ଡଃ. କମଳ ଲୋଚନ ମିଶ୍ର ସବୁଜ ପତାକା ଦେଖାଇ ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ।

ପ୍ରଥମ ପର୍ଯ୍ୟାୟରେ ଏହି ସଚେତନତା ରଥ ଜିଲାର ଚାରିଟି ବ୍ଲକ ନବରଙ୍ଗପୁର, ଡାବୁଗାଁ, ତେନ୍ତୁଳୀଖୁଣ୍ଟି ଓ ଉମରକୋଟ ବ୍ଲକ ଅଞ୍ଚଳରେ ଏକ ମାସ ପର୍ଯ୍ୟନ୍ତ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଶିଶୁଙ୍କୁ ଶ୍ରମିକ ଭାବେ କାମରେ ନିୟୋଜିତ କରାଉଥିବା ବ୍ୟକ୍ତି ସାବଧାନ ରହିବା ସହିତ ଖିଲାପ କାରୀଙ୍କ ବିରୁଦ୍ଧରେ ସରକାରଙ୍କର ରହିଥିବା ଦଣ୍ଡ ବିଧାନ ସମ୍ପର୍କରେ ପ୍ରସାର ପ୍ରଚାର କରିବ। ଏହି ଅବସରରେ ସ୍ଥାନୀୟ ଡିପିଆରସି ସମ୍ମିଳନୀ ଗୃହରେ ଜିଲାପାଳ ଡଃ. କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଜିଲାସ୍ତରୀୟ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା। ଶିଶୁ ଶ୍ରମିକ ଏକ ପୁରାତନ ସମସ୍ୟା ଏହି ସମସ୍ୟାର ସମାଧାନ କିପରି କରାଯାଇପାରିବ ଏବଂ ଜିଲକୁ ଶିଶୁ ଶ୍ରମ ମୁକ୍ତ ଜିଲ୍ଲା କରିବାରେ ସମସ୍ତଙ୍କର ସହଯୋଗର ହାତ ବଢାଇବା ପାଇଁ ଜିଲାପାଳ ଡଃ.ମିଶ୍ର ପରାମର୍ଶ ଦେଇଥିଲେ। ଜିଲା ଶ୍ରମ ବିଭାଗ ତରଫରୁ ଏଥି ସମ୍ପୃକ୍ତ୍ ବିଭାଗ, ଅନୁଷ୍ଠାନ, ପ୍ରତିଷ୍ଠାନ ସହିତ ଯୋଗାଯୋଗ ରଖି ଏହି କାଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲା ଶ୍ରମ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲା ଶ୍ରମ ଅଧିକାରୀ ଆର. କେ ବେହେରା ଜିଲାରେ ଶିଶୁ ଶ୍ରମିକ ନିରାକରଣ ଦିଗରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories