www.samajalive.in
Sunday, December 14, 2025
26.1 C
Bhubaneswar

ରାସ୍ତା ଓ ସେତୁ ସଂଯୋଗ ଦ୍ୱାରା ସୁଗମ ହେଉଛି ଦୁର୍ଗମ ଅଞ୍ଚଳ

କେନ୍ଦୁଝରଗଡ଼ : ରାସ୍ତା ହେଉଛି ସାଧାରଣ ଲୋକଙ୍କ ଜୀବନରେଖା। ଗ୍ରାମାଞ୍ଚଳଗୁଡ଼ିକୁ ବିକାଶର ମୁଖ୍ୟ ଧାରା ସହିତ ଯୋଡ଼ିବାରେ ଗମନାଗମ ହେଉଛି ପ୍ରମୁଖ ମାଧ୍ୟମ। ତେଣୁ ରାସ୍ତା ସଂଯୋଗୀକରଣ କାର୍ଯ୍ୟକ୍ରମକୁ ସରକାର ପ୍ରାଥମିକତା ଦେଉଛନ୍ତି । ଖଣି ପ୍ରଭାବିତ କେନ୍ଦୁଝର ଜିଲାର ଅନେକ ଦୁର୍ଗମ ଗାଁକୁ ଏହି ସଂଯୋଗୀକରଣ କାର୍ଯ୍ୟକ୍ରମ ଆଜି ସୁଗମ କରିପାରିଛି । ବଣ ପାହାଡ଼ଘେରା କେନ୍ଦୁଝର ଜିଲାରେ ଭୌଗୋଳିକ ପ୍ରତିବନ୍ଧକ ଥିବା ଅନେକ ଗାଁ ରହିଛି । ଏହିସବୁ ଗାଁକୁ ମୁଖ୍ୟସ୍ରୋତ ସହିତ ଯୋଡ଼ିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ରାସ୍ତା ସଂଯୋଗୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ ବା ଓମ୍ବାଡସି ପାଣ୍ଠି ସହାୟତାରେ ନୂତନ ସେତୁ ଓ ରାସ୍ତା ନିର୍ମାଣ ଦ୍ୱାରା ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ସଶକ୍ତ ହୋଇପାରୁଛି । ଓମ୍ବାଡସି ପାଣ୍ଠି ସହାୟତାରେ ଜିଲାରେ ରାସ୍ତା ସଂଯୋଗୀକରଣ ମାଧ୍ୟମରେ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ରାସ୍ତା ଏବଂ ସେତୁ ନିର୍ମାଣ ଯୋଗୁଁ ଆଜି ଲୋକମାନେ ବିଭିନ୍ନ ସୁବିଧା ସୁଯୋଗ ପାଇପାରୁଛନ୍ତି । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଧିବାସୀମାନଙ୍କ ଜୀବନ ଧାରଣ ମାନରେ ବିଶେଷ ଉନ୍ନତି ଆଣିବାରେ ସହାୟକ ହୋଇଛି ବୋଲି ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟକହିଛନ୍ତି।

ଜିଲାର ହରିଚନ୍ଦନପୁର, ବାଂଶପାଳ ଓ ଝୁମ୍ପୁରା ବ୍ଲକରେ ଓମ୍ବାଡସି ପାଣ୍ଠି ବିନିଯୋଗରେ ୨୬୨.୩୨ କି.ମି. ରାସ୍ତା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୨୪.୦୪ କି.ମି. ନୂତନ ରାସ୍ତା ନିର୍ମାଣ ଶେଷ ହୋଇଛି । ଫଳରେ ୩୪ଟି ଗ୍ରାମପଞ୍ଚାୟତର ୧୪ ହଜାରରୁ ଅଧିକ ଲୋକ ବିଶେଷ ଉପକୃତ ହୋଇପାରିଛନ୍ତି । ସେହିପରି ବାଂଶପାଳ ବ୍ଲକର ନୟାକୋଟ ଗ୍ରାମପଞ୍ଚାୟତରେ ବିଭିନ୍ନ ନାଳ ଉପରେ ମୋଟ ୧୯୫.୩୯ ମିଟର ଲମ୍ବର ୩ଟି ସେତୁ ନିର୍ମାଣ ଶେଷ ହେବା ଦ୍ୱାରା ମୁଖ୍ୟ ରାସ୍ତା ସହିତ ସଂଯୋଗ ହୋଇ ୭ଟି ଗାଁର ପ୍ରାୟ ୪ହଜାର ଲୋକଙ୍କ ଜୀବନ ଧାରାରେ ପରିବର୍ତ୍ତନ ଆସିପାରିଛି । ଆଗରୁ ଆମ ଗାଁକୁ ଭଲ ରାସ୍ତା ନଥିବାରୁ ଯିବା ଆସିବାରେ ବହୁତ ଅସୁବିଧା ହେଉଥିଲା । ଏବେ ପାହାଡ଼ କାଟି ରାସ୍ତା ହୋଇଛି । ଫଳରେ ଆମେ ସୁବିଧାରେ ଡାକ୍ତରଖାନାକୁ ଯାଇ ପାରୁଛୁ। ଆମ ପିଲାମାନେ ସ୍କୁଲକୁ ଯାଇ ପାରୁଛନ୍ତି। ଗାଡ଼ି ମଟର ଚାଲିବା ଫଳରେ ଆମେ ସହରକୁ ମଧ୍ୟ ଯାଇ ପାରୁଛୁ ବୋଲି ବାଂଶପାଳ ବ୍ଲକ ଲୁଙ୍ଗାଝର ଗ୍ରାମର ବେଣୁଧର ନାଏକ କହିଛନ୍ତି । ଆମ ଗାଁକୁ ବିଭିନ୍ନ ନାଳ ଘେରି ରହିଛି । ବର୍ଷା ଦିନ ହେଲେ ଆମେ ଗାଁରୁ ବାହାରକୁ ଯାଇପାରୁ ନଥିଲୁ । ଏବେ ନାଳ ଉପରେ ପୋଲ ତିଆରି ହୋଇଛି । ଆମେ ସୁବିଧାରେ ସବୁଆଡ଼େ ଯାଇ ପାରୁଛୁ । ଯିବା ଆସିବାରେ ଆଉ ଆଗଭଳି ଅସୁବିଧା ହେଉନାହିଁ ବୋଲି ନୟାକୋଟ ଗ୍ରାମ ପଞ୍ଚାୟତର ସୁମତୀ ନାଏକ କହିଛନ୍ତି । ଏହି ରାସ୍ତା ସଂଯୋଗୀକରଣ କାର୍ଯ୍ୟକ୍ରମ ଯୋଗୁଁ ଜିଲାର ବିଭିନ୍ନ ଦୁର୍ଗମ ଅଞ୍ଚଳ ମୁଖ୍ୟ ବଜାର ସହିତ ଯୋଡ଼ି ହେବା ଫଳରେ ସ୍ଥାନୀୟ ଅଧିବାସୀ ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ମୌଳିକ ସେବା ପାଇ ପାରିବା ସହ ସେମାନଙ୍କ ଜୀବିକା ଧାରଣରେ ବ୍ୟାପକ ସୁଯୋଗ ଆଣିଦେଇଛି ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories