ତିଗିରିଆ: ଆଠଗଡ଼ ବନାଞ୍ଚଳ ଅନ୍ତର୍ଗତ ତିଗିରିଆ ବ୍ଲକ ପୁରୁଣା ତିଗିରିଆ ପଞ୍ଚାୟତରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଉକ୍ତ ପଞ୍ଚାୟତର ଚଷାଆଁରା ଗ୍ରାମର ନଳିନୀ ସ୍ଵାଇଁ (୩୭) ଶନିବାର ଭୋର ସମୟରେ ଗ୍ରାମ ପୋଖରୀକୁ ଗାଧୋଇବାକୁ ପାଇଁ ଯାଉଥିବା ସମୟରେ ଏକ ଦନ୍ତା ହାତୀର ହାବୁଡରେ ପଡିଥିଲେ। ଦନ୍ତାହାତୀ ତାଙ୍କୁ ଆକ୍ରମଣ କରି ଟେକି କଚାଡି ଦେଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତିଗିରିଆ ଗୋଷ୍ଟୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Popular Categories



