www.samajalive.in
Sunday, December 14, 2025
23.1 C
Bhubaneswar

ବନ୍ଧକନାରେ ଜଳ କଷ୍ଟ, ନଳକୂପ ଅଚଳ

କଲମପୁର: ବନ୍ଧକନା ଗ୍ରାମ ଠାରେ ଥିବା ତିନିରୁ ଅଧିକ ନଳକୁପ ଏବେ ଅଚଳ। କିଛି ନଳକୁପ ପାଣି ପିଇବା ଅନୁପଯୋଗୀ। ଏଭଳି ସ୍ଥିତିରେ ସରକାରଙ୍କ ଦ୍ୱାରା କୋଟି କୋଟି ଟଙ୍କା ବ୍ୟୟରେ ହାତୀ ନଦୀ ଟେମରା ଘାଟ ଠାରେ ନିର୍ମାଣ ହେଇଥିବା ପାନୀୟ ଜଳ ପ୍ରକଳ୍ପ ବନ୍ଧକନା ଗ୍ରାମବାସୀଙ୍କ ବ୍ୟବହାରରେ ଆସୁନାହିଁ। ପୁରୁଣା ପଂଚାୟତ ପରିସରରେ ଥିବା ଏକମାତ୍ର ନଳକୁପ ଗ୍ରାମବାସୀଙ୍କ ଭରସା। ତେଣୁ ତୁରନ୍ତ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ଆଜି ସକାଳେ ଗ୍ରାମର ମହିଳା ମାନେ ସରପଂଚ ହିମାଦ୍ରୀ ବାଗଙ୍କୁ ଅନୁରୋଧ କରିଥିଲେ। ଅନ୍ୟପଟେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ ଏହି ପାନୀୟ ଜଳ ପ୍ରକଳ୍ପକୁ ପଂଚାୟତକୁ ହସ୍ତାନ୍ତରିତ କରାଯାଇ ନାହିଁ। ନିମ୍ନମାନର କାର୍ଯ୍ୟ ଯୋଗୁଁ ଲୋକଙ୍କ ସେବାରେ ଆସୁନଥିବାରୁ ସରପଂଚ ଶ୍ରୀମତୀ ବାଗ ଏହି ପ୍ରକଳ୍ପକୁ ନିଜ ଦାୟିତ୍ୱକୁ ନେବା ପାଇଁ ଅମଙ୍ଗ। ବିଭାଗ ତରଫରୁ ନିୟମିତ ଭାବେ ୭ ଦିନ ଧରି ଗ୍ରାମବାସୀଙ୍କୁ ଏହି ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦେଲେ ନିଜ ଦାୟିତ୍ୱକୁ ନେବେ ବୋଲି ସୁଚନା ଦେଇଛନ୍ତି ସରପଂଚ ହିମାଦ୍ରୀ ବାଗ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories