www.samajalive.in
Sunday, December 14, 2025
26.1 C
Bhubaneswar

କେନାଲ ନିର୍ମାଣ କାମ ବନ୍ଦ କଲେ ଗ୍ରାମବାସୀ

କଲମପୁର: ଦୁଇ ବର୍ଷ ଧରି ଚାଲିଛି ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ନିର୍ମାଣ କାର୍ଯ୍ୟ। ମଙ୍ଗଳପୁର ହାତୀ ବ୍ୟାରେଜ ଠାରୁ ୪୩ କିଲୋମିଟର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟର ଲାଇନିଂ କାର୍ଯ୍ୟ ଜାରି ରହିଛି। ବର୍ତମାନ ଏହି କେନାଲ ନିର୍ମାଣ କାର୍ଯ୍ୟ ସମ୍ପାଦିତ ହେବା ପରେ କେନାଲ ପାଣିର ସ୍ରୋତ ତୀବ୍ର ରହିବ। ଯାହା ଜନ ଜୀବନ ଏବଂ ଗୋ ସମ୍ପଦ ସମେତ ଅନ୍ୟ ପ୍ରାଣୀ ମାନଙ୍କ ପାଇଁ ବିପଦ ସୃଷ୍ଟି ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ। ତେଣୁ କେନାଲରର କୂଳକୁ ଲାଗି ରହିଥିବା ଜନ ବସତି ନିକଟରେ ଉଦ୍ଧାର କାର୍ଯ୍ୟ ପାଇଁ ଆଗୁଆ ପଦକ୍ଷେପ ସ୍ୱରୁପ କିଛି ପଦକ୍ଷେପ ନେବା ଆବଶ୍ୟକ ରହିଛି। ବିଶେଷ କରି ଗାଁ ମାନଙ୍କ ନିକଟରେ ଗାଧୁଆତୁଠ ପାହୁଚ ନିର୍ମାଣ କରାଗଲେ ହୁଏତଃ ପାଣି ସ୍ରୋତରେ ଭାସି ଯାଉଥିବା ଲୋକଙ୍କୁ ସୁରକ୍ଷା ଦିଆଯାଇ ପାରିବ। ତେଣୁ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ବନ୍ଧକନା ପାଣି ଟାଙ୍କି ବଜାରପଡ଼ା ଠାରେ ଦୁଇଟି ଗାଧୁଆ ତୁଠ ପାହୁଚ ନିର୍ମାଣ ଦାବି ନେଇ କେନାଲ ନିର୍ମାଣ କାର୍ଯ୍ୟକୁ ବନ୍ଦ କଲେ ଗ୍ରାମବାସୀ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories