www.samajalive.in
Sunday, December 14, 2025
23.1 C
Bhubaneswar

ଆରଏସ୍‌‌ଏସ୍‌‌ ପକ୍ଷରୁ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ

କେନ୍ଦୁଝରଗଡ଼: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କେନ୍ଦୁଝର ନଗର ପକ୍ଷରୁ ସହିଦସଦନ ସଭାଗୃହରେ ଶୁକ୍ରବାର ସନ୍ଧ୍ୟାରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ ହୋଇଯାଇଛି। ଭାରତୀୟ ଷ୍ଟେଟ୍‌‌ ବ୍ୟାଙ୍କ ଅବସରପ୍ରାପ୍ତ ଅଧିକାରୀ ଚକ୍ରଧର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ହିନ୍ଦୁତ୍ୱର ଏକତା ମୂଳ ଲକ୍ଷ୍ୟ ହେବା ଉଚିତ ବୋଲି କହିଥିଲେ। ଜିଲା ସଂଘ ଚାଳକ କୈଳାଶ ଚନ୍ଦ୍ର ମହାପାତ୍ର, ନଗର ସଂଘ ଚାଳକ ନୀଳମଣୀ ସାହୁ, ଜିଲା ସମ୍ପର୍କ ପ୍ରମୁଖ ମହେନ୍ଦ୍ର କୁମାର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ମହାରାଜା ଶିବାଜୀଙ୍କ ଜୀବନୀ ଓ ହିନ୍ଦୁ ଧର୍ମକୁ ସେ କିଭଳି ସୁରକ୍ଷା ଦେଇ ଆସୁଥିଲେ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ସ୍ୱୟଂ ସେବକ ଅକ୍ଷୟ, ଦେବରାଜ ଆଚାର୍ଯ୍ୟ, ଗଣେଶ ଦାସ, ଦାଶରଥୀ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories