www.samajalive.in
Sunday, December 14, 2025
26.1 C
Bhubaneswar

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଚରିତ୍ର ସଂହାର ମାମଲା, ୱେବ୍‌‌ ପୋର୍ଟାଲ ବିରୋଧରେ ଛାତ୍ର କଂଗ୍ରେସର ମାମଲା ରୁଜ୍ଜୁ

କେନ୍ଦୁଝରଗଡ଼: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ଏକ ୱେବ୍‌‌ ପୋର୍ଟାଲରେ ମିଥ୍ୟା ଓ ଚରିତ୍ର ସଂହାର ହେବାଭଳି ଖବର ପ୍ରସାରଣ ହୋଇଥିବାରୁ ଏହା ସ୍ୱର୍ଗତ ଗାନ୍ଧୀଙ୍କ ପ୍ରତି ଅପମାନ ଓ ସମ୍ମାନହାନୀ ହୋଇଛି ବୋଲି କଂଗ୍ରେସ ଦଳ ପକ୍ଷରୁ ଘୋର ନିନ୍ଦା କରାଯାଇଛି। ଉକ୍ତ ଚ୍ୟାନେଲ ବିରୋଧରେ ଏଥିପାଇଁ ସାରା ରାଜ୍ୟରେ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ କରାଯିବା ସହ କେନ୍ଦୁଝର ଜିଲା ଛାତ୍ର କଂଗ୍ରେସ କମିଟି ପକ୍ଷରୁ ଶନିବାର ଟାଉନ ଥାନାରେ ଏକ ମାମଲା ଦାଏର କରାଯାଇଛି। ଜିଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ ଟାଉନ ଥାନା ଅଧିକାରୀ ସୁନୀଲ କରଙ୍କୁ ଦେଇଥିବା ଏତଲାରେ ଉକ୍ତ ପୋର୍ଟାଲ ଚ୍ୟାନେଲର କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଗିରଫ ସହ ମିଥ୍ୟା ଖବର ପ୍ରସାରଣ ପାଇଁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବାକୁ ସେ ଦାବି କରିଛନ୍ତି। ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ପାଟଣା ବିଧାୟକ ପ୍ରାର୍ଥୀ ବିନୋଦ ବିହାରୀ ନାୟକ, ପିସିସି ସଭ୍ୟ ଲଳିତ ମୋହନ ନାୟକ, ସଦର ବ୍ଲକ ସଭାପତି ଉତ୍ତମ କୁମାର ସାହୁ, ବରିଷ୍ଠ ନେତା ରତ୍ନାକର ଜେନା, ଯୁବ ନେତା ସୌମ୍ୟରଞ୍ଜନ ରାଉତ, ଏସ୍‌‌. ଶକ୍ତିସ୍ୱରୂପ, ସୌମ୍ୟରଞ୍ଜନ ପଲେଇ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories