www.samajalive.in
Tuesday, December 9, 2025
15.1 C
Bhubaneswar

ମାଛ ଠିକା ପ୍ରଦାନ ନ କରିବାରୁ ଦାବି

ସମ୍ବଲପୁର: ସମ୍ବଲପୁର ଜିଲା ଅର୍ନ୍ତଗତ ଦେଓଝରନ ଡ୍ୟାମରେ ମାଛ ଚାଷ ପାଇଁ ଅନୁମତି ପ୍ରଦାନ ନ କରିବା ପାଇଁ ଅଞ୍ଚଳବାସୀ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ମଙ୍ଗଳବାର ଜିଲା ପ୍ରଶାସନ ନିକଟରେ ହୋଇଥିବା ଅଭିଯୋଗ ଅନୂଯାୟୀ, ଦେଓଝରନ ଡ୍ୟାମରେ ମାଛ ଚାଷ ପାଇଁ ଠିକା ଦେବା ଦ୍ୱାରା ଡ୍ୟାମ ଅଞ୍ଚଳରେ ପାଣିରେ ବିଭିନ୍ନ ପ୍ରକାରର ରାସାୟନିକ ସାର, କୀଟନାଶକ ଔଷଧ, ଗୋବର, ଚୂନା ଆଦି ପକାଇବା ଦ୍ୱାରା ଜଳ ଦୂଷିତ ହେଉଛି। ଜଳ ବିଷାକ୍ତ ହେଉଥିବାରୁ ଅଞ୍ଚଳବାସୀ ଏହାର ପାଣି ବ୍ୟବହାର କରି ପାରୁ ନାହାନ୍ତି। ଏପରିକି ଉକ୍ତ ପାଣିରେ ଗାଧୋଇଲେ ଚର୍ମ ରୋଗ ହେଉଛି। ଅଞ୍ଚଳରେ ଦୂଷିତ ଜଳ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେବା ଆରମ୍ଭ ହେଲାଣି। ଏଥି ସହ ଏହି ଅଞ୍ଚଳରେ ବନ୍ୟ ଜନ୍ତୁ ମଧ୍ୟ ବିଷାକ୍ତ ପାଣି ପିଇବା ଫଳରେ ଅସୁସ୍ଥ ହେଉଛନ୍ତି। ଏହା ଜିଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ ସହିତ ବଣଭୋଜିର ସ୍ଥଳ ହୋଇଥିବାରୁ ଲୋକେ ବିଷାକ୍ତ ପାଣି ପାଇଁ ଅସୁବିଧା ଭୋଗ କରୁଛନ୍ତି। ଏଣୁ ମାଛ ଚାଷ ଠିକାକୁ ବନ୍ଦ କରାଯାଏ, ତାହା ହେଲେ ଏହି ପର୍ଯ୍ୟଟନ କ୍ଷେତ୍ରର ଆହୁରୀ ବୃଦ୍ଧି ହେବା ସହିତ ଅଞ୍ଚଳବାସୀ ଓ ବନ୍ୟ ଜନ୍ତୁ ନିର୍ମଳ ପାନୀୟ ଜଳ ପାଇ ପାରିବେ ବୋଲି ଅଞ୍ଚଳବାସୀ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories