www.samajalive.in
Saturday, December 6, 2025
16.1 C
Bhubaneswar

ପୁଣି ଚର୍ଚ୍ଚାରେ ଉହାନ, ଆସିଲାଣି ନୂଆ ଭାରିଆଣ୍ଟ

ନୂଆଦିଲ୍ଲୀ: ପୁଣି ନୂଆ ଭୂତାଣୁକୁ ନେଇ ଚର୍ଚ୍ଚାରେ ଉହାନ । କରୋନାର ଉତ୍ପତିସ୍ଥଳ କୁହାଯାଉଥିବା ଚୀନର ଉହାନ ଏବେ ଆଉ ଏକ ମହାମାରୀ ଭୂତାଣୁକୁ ଚର୍ଚ୍ଚାରେ ରହିଛି । ବୈଜ୍ଞାନିକ ମାନେ ଏନେଇ ଚେତାବନୀ ଦେଇଥିବା ବେଳେ, ସାମ୍ନାକୁ ଆସିଛି ଆଉ ଏକ ଭୟଙ୍କର ଭାଇରସ । ଯାହାର ନାଁ ରହିଛି ନିଓ କୋଭ । ଏହା ଅଧିକ ସଂକ୍ରାମକ ଓ ଅଧିକ ପ୍ରାଣ ଘାତି । ଏହି ଭୂତାଣୁ ଦ୍ରୁତ ଗତିରେ ବ୍ୟାପିବା ସହ ବହୁ ଲୋକଙ୍କ ଜୀବନ ନେଇପାରେ ବୋଲି କୁହାଯାଉଛି । ପ୍ରତି ୩ ଜଣ ସଂକ୍ରମିତଙ୍କ ଭିତରୁ ଜଣଙ୍କର ହୋଇପାରେ ମୃତ୍ୟୁ । ସୂଚନା ମୁତାବକ ଦକ୍ଷିଣ ଆଫ୍ରିକାରେ ନିଓ କୋଭ ଭୂତାଣୁ ଚିହ୍ନଟ ହୋଇଛି । ଉହାନର ବୌଜ୍ଞାନିକ ମାନେ ଏନେଇ ମଧ୍ୟ ରିସର୍ଚ୍ଚ କରୁଛନ୍ତି । ବୈଜ୍ଞାନିକଙ୍କ କହିବା ଅନୁସାରେ ଏଥିରେ ମୃତ୍ୟୁ ଓ ସଂକ୍ରମଣର ହାର ଢେର ଅଧିକ ରହିପାରେ ।

ନିଓ କୋଭର PDF-2120-Cov ମଣିଷ ଶରୀରକୁ ପ୍ରଭାବିତ କରିଥାଏ । ମଣିଷ କୋଷିକାକୁ ନଷ୍ଟ କରିବା ପାଇଁ ନିଓ କୋଭର ମାତ୍ର ଗୋଟିଏ ମ୍ୟୁଟେସନ ସକ୍ଷମ ବୋଲି କୁହାଯାଉଛି । ତେବେ ୨୦୧୯ରେ ଉହାନରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । କରୋନା ଭୂତାଣୁ ଚିହ୍ନଟ ପରେ ଚର୍ଚ୍ଚକୁ ଆସିଥିଲେ ଉହାନର ବୈଜ୍ଞାନିକ । ବର୍ତ୍ତମାନ ଉହାନର ବୈଜ୍ଞାନିକ ମାନେ ପୁଣି ଏହି ଭୂତାଣୁକୁ ନେଇ ଚେତାବନୀ ଦେଇଛନ୍ତି । ଯାହା ଦ୍ୱରା ସରା ବିଶ୍ୱ ଚିନ୍ତାରେ ପଡ଼ିଛି । ବୈଜ୍ଞାନିକଙ୍କ କହିବା ଅନୁସାରେ ପୂର୍ବ ଭାରିଆଣ୍ଟ ତୁଳନାରେ ଏହା ଅଧିକ ମାରାତ୍ମକ । ବାୟୁମଣ୍ଡଳରେ ଖୁବଶୀଘ୍ର ବ୍ୟାପିଯାଇଥାଏ । କରୋନାର ଏହି ଭାରିଆଣ୍ଟ ଖୁବ୍ ଶକ୍ତିଶାଳୀ ବୋଲି ବୈଜ୍ଞାନିକ ମାନେ କହିଛନ୍ତି ।
ତେବେ ସବୁଠାରୁ ଆଶ୍ୱସ୍ତିକର କଥା ହେଉଛି କି, ଏହି ନିଓ କୋଭ ଭାଇରସ୍ ଏବେ ଯାଏଁ କୌଣସି ମଣିଷଙ୍କ ଠାରେ ଚିହ୍ନଟ ହୋଇନାହିଁ । କେବଳ ଦକ୍ଷିଣ ଆଫ୍ରିକାର ବାଦୁଡିଙ୍କ ଠାରେ ଦେଖାଯାଇଛି ।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories