www.samajalive.in
Saturday, December 6, 2025
23.1 C
Bhubaneswar

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଅନୁଗୁଳ : ପୁଣି ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଳଚେର ବ୍ଲକର କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ୪ ଟି ଟିମ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରିଛନ୍ତି ବୋଲି ଖବର ମିଳିଛି। ଏହି ଟିମରେ ୪ ଜଣ ଡିଏସପି , ୮ ଇନ୍ସପେକ୍ଟର ଓ ଅନ୍ୟକର୍ମଚାରୀ ଉପସ୍ଥିତ ଥିଲେ। ବିରଞ୍ଚିଙ୍କ ତାଳଚେର କାର୍ଯ୍ୟାଳୟ ସହ ଅନୁଗୁଳ କୁମୁଡା ଘର, ଅମ୍ବାଲାରେ ଥିବା ଘର ଏବଂ ଢେଙ୍କାନାଳ ମେରାମୁଣ୍ଡଳିରେ ଥିବା ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଉଛି। ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇପାରି ନଥିବା ବେଳେ ଜବତ ସମ୍ପତ୍ତିର ଆକଳନ ଜଣାପଡିନଥିବା ନେଇ ସୂଚନା ମିଳିଛି।
ତାଙ୍କ ବାସ ଭବନରୁ ବିଭିନ୍ନ ବ୍ୟାଙ୍କରୁ ୧ କୋଟି ଟଙ୍କାର ଜମାଖାତା, ୨୧୨ ଗ୍ରାମ ସୁନା, ସତୁରି ଲକ୍ଷ ଟଙ୍କାର ୨ ଟି କୋଠା, କୁମଣ୍ଡ ଗ୍ରାମରେ କରିଥିବା ଘର ମୂଲ୍ୟ ପଚାଶ ଲକ୍ଷ ଓ ଆମ୍ବପାଳ ପୈତୃକ ଗ୍ରାମରେ କରିଥିବା ଘର ମୂଲ୍ୟ କୋଡିଏ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ଭିଜିଲାନ୍ସ  ଜବତ କରିଛି। ଏଥିସହ ଗୋଟିଏ ଆଇ ୨o କାର, ଗୋଟିଏ ସ୍କୁଟି ଓ ଗୋଟିଏ ମଟର ସାଇକେଲ ଜବତ ହୋଇଛି । ତଦନ୍ତ ଚାଲୁରହିଛି । ଏଥିସହ ଗୋଟିଏ  କାର, ଗୋଟିଏ ସ୍କୁଟି ଓ ଗୋଟିଏ ମଟର ସାଇକେଲ ଜବତ ହୋଇଛି । ତଦନ୍ତ ଚାଲୁ ରହିଛି ।  ନଗଦ ୨୫ ହଜାର ଟଙ୍କା ମଧ୍ୟ ଜବତ ହୋଇଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories