ଜି-ମେଲ୍‌(GMail)ରେ ଆସିଲା ଏହି ନୂଆ ଫିଚର- ନିଜ ଭାଷାରେ ପଢିପାରିବେ ଅନ୍ୟଭାଷାର ଇମେଲ୍‌

ନୂଆଦିଲ୍ଲୀ- ଆଗରୁ ଗୁଗୁଲ ଟ୍ରାନସ୍‌ଲେଟ୍‌, ବିଙ୍ଗ୍‌ ବା ମାଇକ୍ରୋସଫ୍ଟ ଟ୍ରାନସ୍‌ଲେଟ୍‌ ସହ ଅନେକ ଟ୍ରାନସଲେଟ୍‌ ଆପ୍‌ ଉପଲବ୍ଧ ଥିଲା । ଏଥିପାଇଁ ଅନ୍ୟଭାଷାରେ ଇମେଲ୍‌ ଆସିଲେ ତାକୁ ଅନେକ ଲୋକ ବୁଝି ନପାରିଲେ କପି ପେଷ୍ଟ କରି ଅନୁବାଦ କରୁଥିଲ । ମାତ୍ର ଜିମେଲ୍‌ରେ ଏହି ବ୍ୟବସ୍ଥା ଏବେ ଇଣ୍ଟିଗ୍ରେଡ୍‌ ବା ସାମିଲ ହୋଇ ଆସିଛି । ଜଣେ ଚାହିଁଲେ ଜିମେଲ୍‌ ଆପ୍‌ରେ ଏବେ ଅନ୍ୟଭାଷାର ଇମେଲ୍‌କୁ ନିଜ ଭାଷାରେ ପଢିପାରିବେ ।

ଏବେ ଜିମେଲ୍‌ରେ ମଲ୍ଟି ଲାଙ୍ଗୁଏଜ୍‌ ଟ୍ରାନସ୍‌ଲେସନ୍‌ ଫିଚର ସାମିଲ ହୋଇଛି।

prayash

ଉପାୟ –

ଜିମେଲ୍‌ ଆପ୍‌କୁ ଓପନ୍‌ କରନ୍ତୁ
ଏହାପରେ ଉପର ଡାହାଣ ପଟେ ଥିବା ତିନୋଟି ବିନ୍ଦୁକୁ ସ୍ପର୍ଶ କରନ୍ତୁ
ଏଥିରେ ଅନୁବାଦ ବା ଟ୍ରାନସ୍‌ଲେଟ୍‌ର ଅପସନ୍‌ ଦେଖାଇବ ।
ଏବେ ଭାଷା ବା ଲାଙ୍ଗୁଏଜ୍‌ ଚୟନ କରି ଆପଣ ଅନ୍ୟଭାଷାରେ ଇମେଲ୍‌କୁ ପଢିପାରିବେ ।

ଏହି ଅନୁବାଦ ବା ଟ୍ରାନସ୍‌ଲେସନ୍‌ ଏବେ ବିଟା ଷ୍ଟେଜ୍‌ ବା ଉନ୍ନତିକରଣ ଏବଂ ପରୀକ୍ଷଣ ପ୍ରକ୍ରିୟାରେ ରହିଛି । ଏଥିରେ ଅନେକ ଉନ୍ନତି ଆସିବ । ଏହି ଅନୁବାଦ ସମ୍ପୂର୍ଣ୍ଣ ଭାବେ ସଠିକ୍‌ ନୁହେଁ ।

 

Comments are closed.