www.samajalive.in
Saturday, December 6, 2025
14.1 C
Bhubaneswar

କରୋନା ମାଡ଼ରେ ଦେଶର ଆର୍ଥିକ ସ୍ଥିତି ଦୋହଲୁଛି ; ୫୦ ଖିଲାପୀଙ୍କୁ ୬୮ ହଜାର କୋଟି ଛାଡ଼

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପୂର୍ବରୁ ଭାରତର ଅର୍ଥନୀତି ମନ୍ଥର ଅବସ୍ଥାଦେଇ ଗତି କରୁଥିବା ସତ୍ତ୍ବେ କେନ୍ଦ୍ର ସରକାର ଦେଶର ୫୦ ସର୍ବାଧିକ ଋଣ ଖିଲାପୀଙ୍କୁ ୬୮,୬୦୭ କୋଟି ଟଙ୍କାର ଋଣ ଛାଡ଼ କରିଛନ୍ତି। ଏହି ଖିଲାପୀଙ୍କ ମଧ୍ୟରେ ଅଛନ୍ତି ଭାରତ ଛାଡି ବିଦେଶକୁ ପଳାଇ ଯାଇଥିବା ନିରବ ମୋଦି, ମେହୁଲ ଚୋକ୍‍ସି ଏବଂ ବିଜୟ ମାଲ୍ୟାଙ୍କ ଭଳି ବହୁକୋଟି ଟଙ୍କା ଘୋଟାଲାରେ ସଂପୃକ୍ତ ବ୍ୟକ୍ତିବିଶେଷ। ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରୁ ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟରୁ ଏହା ଜାଣିବାକୁ ମିଳିଛି ବୋଲି ମଙ୍ଗଳବାର ଦିନ କଂଗ୍ରେସ ପାର୍ଟି କହିଛି।

ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ କେବଳ ସେତିକି ନୁହେଁ; କେନ୍ଦ୍ର ସରକାର ୨୦୧୪ରୁ ୨୦୧୯ ସେପ୍ଟେମ୍ବର ମଧ୍ୟରେ ୬.୬୬ ଲକ୍ଷ କୋଟି ଟଙ୍କାର ଋଣ ଛାଡ କରିଛନ୍ତି। କଂଗ୍ରେସ ନେତା ରାହୁଳ ଗାନ୍ଧୀ କହିଛନ୍ତି ଦେଶର ୫୦ ସର୍ବାଧିକ ପରିମାଣର ଋଣ ଖିଲାପୀଙ୍କ ନାମ ପ୍ରକାଶ କରିବାକୁ ସେ ସଂସଦରେ ପ୍ରଶ୍ନ କରିଥିଲେ। କିନ୍ତୁ ସେହି ସମୟରେ ଦେଶର ଅର୍ଥମନ୍ତ୍ରୀ କୌଣସି ଉତ୍ତର ରଖି ନ ଥିଲେ। ଏବେ ଆରବିଆଇ ସୂତ୍ରରୁ ଯେଉଁ ତାଲିକା ପ୍ରଦାନ କରାଯାଇଛି, ସେଥିରେ ନିରବ ମୋଦି, ମେହୁଲ ଚୋକ୍‍ସି ଏବଂ ବିଜେପିର ବହୁ ମିତ୍ର ରହିଛନ୍ତି। ସେଥିପାଇଁ ସଂସଦରେ ସତ୍ୟକୁ ଚାପିଦେବାର ଚେଷ୍ଟା କରାଯାଇଥିଲା ବୋଲି ରାହୁଳ ହିନ୍ଦୀରେ ଟ୍ୱିଟ କରି କହିଛନ୍ତି।

- Advertisement -

କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜୱାଲା ମଧ୍ୟ ଦେଶର ସର୍ବାଧିକ ଋଣ ଖିଲାପିଙ୍କ ତାଲିକା ପ୍ରକାଶ କରିଛନ୍ତି। ଆରଟିଆଇ ବଳରେ ମଗାଯାଇଥିବା ତଥ୍ୟକୁ ଆଧାରକରି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରଦତ୍ତ ତାଲିକାକୁ କଂଗ୍ରେସ ପ୍ରକାଶ କରିଛି। ଏଥିସହିତ ଏହିଭଳି ଲୋକଙ୍କର ଋଣ କାହିଁକି ଛାଡ କରାଗଲା ତାହାର ଜବାବ ରଖିବାକୁ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି।

ଭିଡିଓ କନ୍‍ଫରେନ୍ସ ଜରିଆରେ ସାମ୍ବାଦିକମାନଙ୍କ ସହିତ ଆଲୋଚନା କାଳରେ ସୁରଜୱାଲା କହିଛନ୍ତି ଏହା ହେଉଛି ମୋଦୀ ସରକାରଙ୍କର ରାଷ୍ଟ୍ର ସହିତ ଛଳନା କରିବା, ରାଷ୍ଟ୍ରକୁ ଧୋକା ଦେବା ଏବଂ ଶେଷରେ ରାଷ୍ଟ୍ରଛାଡି ପଳାଇବା ନୀତିକୁ ପ୍ରୋତ୍ସାହନର ଏକ ଜ୍ୱୂଳନ୍ତ ଉଦାହରଣ। ସେ କହିଛନ୍ତି, ଏହା ମୋଦୀ ସରକାରଙ୍କର ଭ୍ରାନ୍ତ ଅଗ୍ରାଧିକାର କ୍ଷେତ୍ର ଚିହ୍ନଟ ଏବଂ ଅସାଧୁ ଉଦ୍ଦେଶ୍ୟକୁ ପ୍ରତିଫଳିତ କରୁଛି। ସମ୍ପ୍ରତି ସମଗ୍ର ଦେଶ କରୋନା ବିରୋଧରେ ଲଢେଇ କରୁଥିବା ଏବଂ ସରକାରଙ୍କ ନିକଟରେ ରାଜ୍ୟଗୁଡିକୁ ଏ ବାବଦରେ ସହାୟତା କରିବାକୁ ଅର୍ଥ ନ ଥିବାବେଳେ ଋଣ ଖିଲାପୀଙ୍କୁ ୬୮ହଜାର କୋଟି ଟଙ୍କାରୁ ଅଧିକ ଛାଡ କରିବା କେତେଦୂର ଯଥାର୍ଥ ବୋଲି ସେ ପ୍ରଶ୍ନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories