www.samajalive.in
Saturday, December 6, 2025
26.1 C
Bhubaneswar

ପୂର୍ବତନ ଆନ୍ଧ୍ରବ୍ୟାଙ୍କ ମୁଖ୍ୟ ସୁରେଶ ପଟେଲ୍‌ଙ୍କୁ ନୂଆ ଭିଜିଲାନ୍ସ କମିଶନର ପଦରେ ନିଯୁକ୍ତି

ନୁଆଦିଲ୍ଲୀ: ପୂର୍ବତନ ଆନ୍ଧ୍ର ବ୍ୟାଙ୍କ ମୁଖ୍ୟ ସୁରେଶ ଏନ୍‌ ପଟେଲ ନୂଆ ଭିଜିଲାନ୍ସ କମିଶନର ଭାବେ ବୁଧବାର ଶପଥ ଗ୍ରହଣ କରିବେ। ଭିଜିଲାନ୍ସ କମିଶନର ଭାବେ ଶ୍ରୀ ପଟେଲ୍‌ ୪ବର୍ଷ କିମ୍ବା ତାଙ୍କୁ ୬୫ବର୍ଷ ହେବା ପର୍ଯ୍ୟନ୍ତ କାର୍ଯ୍ୟକରିବେ। ଏ ସଂକ୍ରାନ୍ତରେ ମଙ୍ଗଳବାର ସେଣ୍ଟ୍ରାଲ୍‌ ଭିଜିଲାନ୍ସ କମିଶନ(ସିଭିସି) କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ପଟେଲଙ୍କ ନାମ ଭିଜିଲାନ୍ସ କମିଶନର ପଦରେ ନିଯୁକ୍ତି ପାଇଁ ସୁପାରିଶ କରାଯାଇଥିଲା। ସେଣ୍ଟ୍ରାଲ୍‌ ଭିଜିଲାନ୍ସ କମିଶନର ପଦ ଦୀର୍ଘ ୧୦ ମାସ ହେଲା ଖାଲି ପଡ଼ିଥିଲା।

ଆନ୍ଧ୍ର ବ୍ୟାଙ୍କର ପରିଚାଳନା ନିର୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ସୁରେଶ୍‌ ଏନ୍‌ ପଟେଲ୍‌ ୨୦୧୫ରେ ନିଯୁକ୍ତି ପାଇଥିଲେ ଏବଂ ଏହି ପଦରେ ଡିସେମ୍ବର ୩୧ରେ ଅବସର ଗ୍ରହଣ କରିଥିଲେ। ଏହାପରେ ସିଭିସି ବ୍ୟାଙ୍କିଂ ଓ ଆର୍ଥିକ ଠକେଇ ବୋର୍ଡ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ଭିଜିଲାନ୍ସ କମିଶନର ଭାବେ ମନୋନୀତ ହେବା ପରେ ବୋର୍ଡ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି।

- Advertisement -

ନବ ନିଯୁକ୍ତ ଭିଜିଲଶନ୍ସ କମିଶନର ସୁରେଶ ପଟେଲଙ୍କ ବୟସ ୬୨ବର୍ଷ। ଆନ୍ଧ୍ର ବ୍ୟାଙ୍କର ମୁଖ୍ୟ ହେବା ପୂର୍ବରୁ ସେ ଓରିଏଣ୍ଟାଲ୍‌ ବ୍ୟାଙ୍କ ଅଫ୍ କମର୍ସର କାର୍ଯ୍ୟନିବାହୀ ନିର୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ଭିଜିଲାନ୍ସ କମିଶନର ଭାବେ ଶରଦ୍‌ କୁମାର କାର୍ଯ୍ୟ କରୁଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories