www.samajalive.in
Saturday, December 13, 2025
18.1 C
Bhubaneswar

ସିଏଏ ଆବେଦନର ଜରୁରୀ ଶୁଣାଣିକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବିଭିନ୍ନ କାରଣକୁ ନେଇ ଦେଶରେ ଏବେ ହିଂସାକାଣ୍ଡ ଲାଗି ରହିଛି। ତେଣୁ ଦେଶ ପାଇଁ ଏହା ଏକ କଠିନ ସମୟ। ଏପରି କଠିନ ସମୟରେ ସମସ୍ତେ ଶାନ୍ତି ପ୍ରତିଷ୍ଠା ଲାଗି ଉଦ୍ୟମ କରିବା ଦରକାର ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସଏ ବୋବଡେ ଗୁରୁବାର ମତବ୍ୟକ୍ତ କରିଛନ୍ତି। ଦେଶର ଏପରି ଘଡିସନ୍ଧି ମୁହୂର୍ତ୍ତରେ ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ସମ୍ପର୍କିତ ଆବେଦନର ଜରୁରୀ ଶୁଣାଣି କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସିଏଏକୁ ସାମ୍ବିଧାନିକ ଦର୍ଶାଇବା ଲାଗି ସୁପ୍ରିମକୋର୍ଟରେ ଦାୟର ପିଟିସନ ଉପରେ ପ୍ରଧାନ ବିଚାରପତିଙ୍କ ନେତୃତ୍ବ ସୁପ୍ରିମକୋର୍ଟଙ୍କ ପୀଠ ଆଶ୍ଚର୍ଯ୍ୟ ବ୍ୟକ୍ତ କରିବା ସହ ଏପରି ମତବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ପ୍ରଥମ କରି ଦେଶର ଏକ ଆଇନକୁ ସାମ୍ବିଧାନିକ ଦର୍ଶାଇବା ଲାଗି ପିଟିସନ ଦାୟର କରାଯାଇଛି। ପ୍ରଧାନ ବିଚାରପତି କହିଛନ୍ତି ଯେ ଆଇନର ବୈଧତାକୁ ତର୍ଜମା କରିବା ହେଉଛି ଅଦାଲତଙ୍କ କାର୍ଯ୍ୟ; ମାତ୍ର ଏହାକୁ ସାମ୍ବିଧାନିକ ଦର୍ଶାଇବା ଅଦାଲତଙ୍କ କାର୍ଯ୍ୟ ନୁହେଁ। ଦେଶରେ ହିଂସା ଥମିବା ପରେ ସିଏଏର ବୈଧତାକୁ ଚାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ବିଚାରପତି ବି ଗଭାଇ ଓ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ପୀଠ ଏହି ଆବେଦନର ଶୁଣାଣି କରିବେ। ସିଏଏକୁ ସାମ୍ବିଧାନିକ ଦର୍ଶାଇବା ଓ ଏହାକୁ ସବୁ ରାଜ୍ୟରେ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ନିର୍ଦେଶ ଦେବାକୁ ଓକିଲ ବିନୀତ ଧଣ୍ଡା ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ। ବିନୀତ ତାଙ୍କ ଆବେଦନର ଜରୁରୀ ଶୁଣାଣି କରିବାକୁ ନିବେଦନ କରିଥିବାବେଳେ ସୁପ୍ରିମକୋର୍ଟ ଏହାକୁ ଅଗ୍ରାହ୍ୟ କରିଛନ୍ତି। ଆବେଦନରେ ସିଏଏ ବିରୋଧୀ ହିଂସାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରାଯାଇଥିଲା।

ଡିସେମ୍ବର ୧୮ରେ ସୁପ୍ରିମକୋର୍ଟ ସିଏଏର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ଦାୟର ପିଟିସନକୁ ଶୁଣାଣି ଲାଗି ସମ୍ମତି ପ୍ରକାଶ କରିଥିଲେ; ମାତ୍ର ଏହା ଉପରେ ରହିତାଦେଶ ଦେବାକୁ ମନା କରିଥିଲେ। ସିଏଏର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ଅନେକ ପିଟିସନ ଦାୟର କରାଯାଇଛି। ଆବେଦନକାରୀଙ୍କ ମଧ୍ୟରେ ଅଛନ୍ତି ଆରଜେଡି ନେତା ମନୋଜ ଝା, ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରା, ଏଆଇଏମଆଇଏମ ନେତା ଅସାଦୁଦ୍ଦିନ ଓୱେସୀ, ବିଭିନ୍ନ ମୁସଲମାନ ସଂଗଠନ, ଅଲ ଆସାମ ଷ୍ଟୁଡେଣ୍ଟ ୟୁନିୟନ, ପିସ ପାର୍ଟି, ସିପିଆଇ,ଏନଜିଓ ରିହାଇ ମଞ୍ଚ, ଓକିଲ ଏମଏଲ ଶର୍ମା ଓ କେତେକ ଆଇନ ଛାତ୍ରୀ। ସିଏଏ ସହିତ ଏନଆରସି, ଏନପିଆରକୁ ବିରୋଧ କରି ଦେଶରେ ବିକ୍ଷୋଭ ଓ ହିଂସାକାଣ୍ଡ ଲାଗି ରହିଛି। ଏହି ହିଂସାକାଣ୍ଡରେ ପୋଡାଜଳା ହୋଇ ସାଧାରଣ ସମ୍ପତ୍ତି ନଷ୍ଟ ହେବା ସହ ଜୀବନହାନି ମଧ୍ୟ ଘଟିଚାଲିଛି।

Hot this week

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

Related Articles

Popular Categories