www.samajalive.in
Saturday, December 6, 2025
16.1 C
Bhubaneswar

ରାଜ୍ୟରେ ନୂଆ ଯାନବାହନ ପଞ୍ଜିକରଣକୁ ମିଳିଲା ଅନୁମତି

ଭୁବନେଶ୍ୱର: ଓଡ଼ିଶାରେ ନୂଆ ଯାନବାହନ ପଞ୍ଜିକରଣ ପାଇଁ ଅନୁମତି ମିଳିଛି। ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। କୋଭିଡ-୧୯ର ଦ୍ୱିତୀୟ ଲହର ଜନିତ ତାଲାବନ୍ଦ ଘୋଷଣା ହେବାପରେ ସରକାରଙ୍କ ପକ୍ଷରୁ ରାଜ୍ୟରେ ନୂଆ ଯାନବାହନ ପଞ୍ଜିକରଣକୁ ବନ୍ଦ ରଖାଯାଇଥିଲା। ତେବେ ଏସଟିଏ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ରାଜ୍ୟ ସରକାର ଚଳିତ ଜୁନ୍‍ ମାସ ୧୭ ତାରିଖ ଠାରୁ ଯାନବାହନ ବିକ୍ରି ଏବଂ ତାହାର ସର୍ଭିସକୁ ଅନୁମତି ପ୍ରଦାନ କରିଥିବା ଦୃଷ୍ଟିରୁ ନୂଆ ଯାନବାହନଗୁଡିକର ପଞ୍ଜିକରଣ ପୁନଃ ଆରମ୍ଭ କରାଯିବ। ଯାନବାହନ ଡିଲରଙ୍କ ଜରିଆରେ ଏହା କରାଯିବ। ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ କୋଭିଡ ସମ୍ପର୍କିତ ଜାରି ନିର୍ଦ୍ଦେଶାବଳୀ ଆଧାରରେ ଏଭଳି ନିଷ୍ପତ୍ତି ନିଆଯାଇଛି ଏବଂ ଏ ସମ୍ପର୍କରେ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କୁ ଜଣାଇ ଦିଆଯାଇଛି। ସେମାନେ ବାହାନ ପୋର୍ଟାଲରେ ନୂଆ ଯାନବାହନଗୁଡିକର ପଞ୍ଜିକରଣକୁ ଅନୁମତି ଦେବାକୁ ଏଥିରେ କୁହାଯାଇଛି। 

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories