www.samajalive.in
Saturday, December 6, 2025
16.1 C
Bhubaneswar

ସୁଖରେ ବିତିବ ବର୍ଷ : ନବବର୍ଷ ପାଇଁ କିଛି ନୂଆ ଉପାୟ

୨୦୨୦ କରୋନା ପାଇଁ ସମଗ୍ର ବର୍ଷ ଲୋକଙ୍କ ପାଇଁ ଚିନ୍ତାରେ ବିତିଥିବା ବେଳେ ୨୦୨୧ ସଭିଁଙ୍କ ପାଇଁ ମଙ୍ଗଳକାରୀ ଓ ଶୁଭଙ୍କର ହେଉ ବୋଲି କାମନା। ନବବର୍ଷ ଆର୍ଥିକ ସମୃଦ୍ଧି, ଉନ୍ନତି ଓ ପରିବାରେ ସୁଖଶାନ୍ତି ପାଇଁ ବାସ୍ତୁରେ କିଛି ଉପାୟ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ ସେହି ଉପାୟ ବିଷୟରେ….

ନବବର୍ଷ ଆରମ୍ଭ ପୂର୍ବରୁ ଘରକୁ ଭଲ ଭାବେ ସଫା କରନ୍ତୁ। ବିଶେଷ କରି ଘରର ମୁଖ୍ୟଦ୍ୱାରରେ ସଫା କରି ସ୍ୱସ୍ତିକ ଚିହ୍ନ କରନ୍ତୁ। 

- Advertisement -

ଘରର ଦକ୍ଷିଣ ପୂର୍ବ ଦିଗରେ କ୍ରିଷ୍ଟଲ ବଲ ରଖିବା ଶୁଭଙ୍କର। ଧାତୁରେ ନିର୍ମିତ କଇଁଛ ଅଥବା ଚାନ୍ଦିର ହାତୀ ମଧ୍ୟ ଘରେ ରଖିପାରିବେ। ଏହା ଘରର ସୁଖସମୃଦ୍ଧି ବୃଦ୍ଧି କରିଥାଏ। 

ନବବର୍ଷରେ ଘରେ କିଛି ସ୍ୱତନ୍ତ୍ର ବୃକ୍ଷ ଲଗାନ୍ତୁ। ତୁଳସୀ ବୃକ୍ଷ ଅଥବା ମନିପ୍ଲାଣ୍ଟ ମଧ୍ୟ ଲଗାଇ ପାରିବେ। ଏହା ଖୁବ ଶୁଭଙ୍କର। 

ନବବର୍ଷର ପ୍ରଥମ ଦିନ ନିଜ ପର୍ସ, ଆଲମିରାକୁ ଖାଲି ରଖନ୍ତୁ ନାହିଁ। ଏହିଦିନ ପର୍ସ କିମ୍ବା ଆଲମିରା ଖାଲି ରଖନ୍ତୁ ନାହିଁ। ଆଲମିରା ନିକଟରେ ଝାଡୁ ରଖନ୍ତୁ ନାହିଁ। 

ଲାଫିଙ୍ଗ ବୁଦ୍ଧ – ନବବର୍ଷରେ ଲୋକେ ଲାଫିଙ୍ଗ ବୁଦ୍ଧ ମଧ୍ୟ ଘରକୁ ଆଣନ୍ତି। ଏହାକୁ ସର୍ବଦା ଉତ୍ତର-ପୂର୍ବରେ ରଖିବା ଉଚିତ। ଏହାଦ୍ୱାରା ଘରେ ଧନର ଅଭାବ ହୋଇନଥାଏ। 

ଘରର ଉତ୍ତର-ପୂର୍ବ ଦିଗରେ ଅନାବଶ୍ୟକ ଜିନିଷ ରଖନ୍ତୁ ନାହିଁ। ନବବର୍ଷର ପ୍ରଥମ ଦିନରେ ପୂର୍ବ ଦିଗରେ ପାଣି ଓ ନଡ଼ିଆ କଳସ ନିଶ୍ଚୟ ରଖନ୍ତୁ। 

 

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories