www.samajalive.in
Friday, December 5, 2025
26.1 C
Bhubaneswar

ସିଟ୍‌ରେ ବସିପଡ଼ିବାରୁ… ଶ୍ରେଣୀଗୃହରେ ସହପାଠୀକୁ ଗୁଳି କରି ହତ୍ୟା କଲା ୧୦ମ ଶ୍ରେଣୀ ଛାତ୍ର

ଜଣକ ଆସନରେ ଆଉ ଜଣେ ବସିପଡ଼ିଲା। ବାସ୍‌, ଏତିକି କଥାକୁ ନେଇ ଜଣେ ଛାତ୍ର ତା’ର ସହପାଠୀକୁ ଗୁଳି କରି ହତ୍ୟା କଲା। ଗୁରୁବାର ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ବୁଲନ୍ଦସହରରେ। ଜଣେ ୧୦ ଶ୍ରେଣୀ ଛାତ୍ର ସ୍କୁଲକୁ ବନ୍ଧୁକ ନେଇ ଆସିବା ଏବଂ ସହପାଠୀଙ୍କୁ ସେଥିରୁ ଗୁଳି କରି ହତ୍ୟା କରିବା ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ ସମ୍ପୃକ୍ତ ଛାତ୍ରକୁ ଅଟକ ରଖିଛି।

ପୁଲିସ ସୂଚନା ଅନୁସାରେ, ଶିକାରପୁରସ୍ଥିତ ସୁରଜଭାନ ସରସ୍ବତୀ ବିଦ୍ୟାମନ୍ଦିର ଇଣ୍ଟର କଲେଜରେ ଏହି ଅଘଟଣ ଘଟିଛି। ହତ୍ୟାର ଶିକାର ହୋଇଛି ବୁଲନ୍ଦସହର ଅନ୍ତର୍ଗତ ଆଞ୍ଚରୁକଳା ଗାଁର ରବି କୁମାରଙ୍କ ପୁଅ ଟାର୍ଜନ। ଟାର୍ଜନ ଉକ୍ତ ଶିକ୍ଷାନୁଷ୍ଠାନରେ ୧୦ମ ଶ୍ରେଣୀରେ ପଢ଼େ। ଗୁରୁବାର ସେ ସ୍କୁଲରେ ପହଞ୍ଚି ନିଜ ଶ୍ରେଣୀଗୃହକୁ ଯାଇଥିଲା। କ୍ଲାସ ଆରମ୍ଭ ହେବା ପୂର୍ବରୁ ଟାର୍ଜନର ସହପାଠୀ ତା’କୁ ତା’ର ଚୌକି ଅନ୍ୟ ଜାଗାକୁ ନେଇ ବସିବାକୁ କହିଥିଲା। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

- Advertisement -

କିଛି ସମୟ ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ବନ୍ଦ ହୋଇଯାଇଥିଲା। ଅନ୍ୟ ସହପାଠୀମାନେ ଭାବିଥିଲେ କଥା ଏଇଠି ଶେଷ ହୋଇଗଲା। କିନ୍ତୁ ଟାର୍ଜନର ସହପାଠୀ ନିଜ ବ୍ୟାଗରେ ଆଣିଥିବା ବନ୍ଧୁକ ବାହାର କରି ଟାର୍ଜନକୁ ଗୋଟିଏ ପରେ ଗୋଟିଏ ୨ ରାଉଣ୍ଡ ଗୁଳି ଚଳାଇଥିଲା। ଘଟଣା ସ୍ଥଳ​‌ରେ ଟାର୍ଜନର ମୃତ୍ୟୁ ଘଟିଥିଲା।

ଅଭିଯୁକ୍ତ ଛାତ୍ର ଜଣକ ତା’ର ଦାଦାର ଲାଇସେନ୍ସ ବନ୍ଧୁକକୁ ନେଇ ସ୍କୁଲ ଆସିଥିଲା। ଘଟଣା ପରେ ଛାତ୍ରଛାତ୍ରୀମାନେ ଭୟରେ ଶ୍ରେଣୀଗୃହରୁ ଅନ୍ୟତ୍ର ଦୌଡିଥିଲେ। ଏ ନେଇ ଖବର ପାଇ ପ୍ରଧାନଶିକ୍ଷକ ତୁରନ୍ତ ସ୍କୁଲର ମୁଖ୍ୟ ଗେଟ୍‌ ବନ୍ଦ କରିଦେଇଥିଲେ। ଫଳରେ ଅଭିଯୁକ୍ତ ଛାତ୍ର ଫେରାର ହୋଇପାରି ନ ଥିଲା। ସ୍କୁଲ କର୍ମଚାରୀମାନେ ତା’କୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଥିଲେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories