www.samajalive.in
Saturday, December 6, 2025
14.1 C
Bhubaneswar

ଆଉ ୧୯୮୨ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ ପଜିଟିଭ୍ ସଂଖ୍ୟା ୨ଲକ୍ଷ ୭୦ ହଜାର ଟପିଲା

ଭୁବନେଶ୍ଵର : ରାଜ୍ୟର ୩୦ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ସୋମବାର ଆଉ ୧୯୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୭୦,୩୪୬​କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୩୦୦ ଓ କଟକରୁ ୧୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥ୍ୟକୁ ଆଧାର କରି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୧୫୬ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଏବଂ ୮୨୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ତେବେ ଅନୁଗୋଳରୁ ୧୧୯, ବାଲେଶ୍ଵରରୁ ୮୬, ବରଗଡ଼ରୁ ୪୬, ଭଦ୍ରକରୁ ୬୩ ଏବଂ ବଲାଙ୍ଗୀରରୁ ୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

- Advertisement -

ସେହିପରି  ବୌଦ୍ଧରୁ ୧୧, ଦେବଗଡ଼ରୁ ୧୪, ଢେଙ୍କାନାଳରୁ ୫୫, ଗଜପତିରୁ ୧୦, ଗଞ୍ଜାମରୁ ୨୪, ଜଗତସିଂହପୁରରୁ ୫୫, ଯାଜପୁରରୁ ୮୬, ଝାରସୁଗୁଡାରୁ ୫୦, କଳାହାଣ୍ଡିରୁ ୪୩, କନ୍ଧମାଳରୁ ୨୩, କେନ୍ଦ୍ରାପଡାରୁ ୬୫, କେନ୍ଦୁଝରରୁ ୫୯, କୋରାପୁଟରୁ ୪୨ ଏବଂ ମାଲକାନଗିରିରୁ ୪୧ ଜଣ କରୋନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଅନ୍ୟ ପକ୍ଷରେ ମୟୂରଭଞ୍ଜରୁ ୧୦୭, ନବରଙ୍ଗପୁରରୁ ୫୨, ନୟାଗଡ଼ରୁ ୩୩, ନୂଆପଡାରୁ ୩୭, ପୁରୀ ୭୨, ରାୟଗଡା ୧୦, ସମ୍ବଲପୁର ୩୮, ସୁବର୍ଣ୍ଣପୁର ୪୫, ସୁନ୍ଦରଗଡ଼ରୁ ୯୮ ଏବଂ ଷ୍ଟେଟ ପୁଲରୁ ୬୫ ଜଣ କାରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨, ୩୦୪ ଥିବାବେଳେ ଆରୋଗ୍ୟଙ୍କ ସଂଖ୍ୟା ୨୪୬୮୩୭ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories