ଭୁବନେଶ୍ୱର : ପୁଣି ମାଓବାଦୀ ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି। କୋରାପୁଟ – ମାଲକାନଗିରି ସୀମାରୁ ବିଏସଏଫ ଓ କୋରାପୁଟ ଡିଭିଏଫର ମିଳିତ ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଓ ବିସ୍ଫୋରଣକ ଜବତ ହୋଇଛି। ଏନେଇ କୋରାପୁଟ ଏସପି ସୂଚନା ଦେଇଛନ୍ତି ବୋଲି ଜଣାପଡ଼ିଛି। ଏକ ଡ୍ରମ ଭିତରେ ପୁରାଇ ମାଟି ତଳେ ଏହି ସମସ୍ତ ଆପତ୍ତିଜନକ ସାମଗ୍ରୀକୁ ଲୁଚାଇ ରଖାଯାଇଥିଲା। ବର୍ତ୍ତମାନ ଅଧିକ ସୂଚନା ହସ୍ତଗତ ହୋଇପାରି ନାହିଁ। ମାତ୍ର ତଦନ୍ତ ଜାରି ରଖିଛି।
Popular Categories



