ଗୁଗଲ ମ୍ୟାପ୍ସର ଦମଦାର ଫିଚର, ଗାଡି ଚାଳକଙ୍କ ସମସ୍ୟା ଦୂର କରିବ

ନୂଆଦିଲ୍ଲୀ : ଆଜିକାଲି ସ୍ମାର୍ଟଫୋନରେ ଅନେକ ଆପ୍ ବ୍ୟବହାର ହେଉଛି । ଏହି ଆପ୍ ସାହାଯ୍ୟରେ ଅନେକ କାମ ଘରେ ବସି କରି ହେଉଛି । ଅନଲାଇନରେ ଖାଦ୍ୟ ମଗାଇବା ହେଉ କିମ୍ବା କୌଣସି ଅଜଣା ସ୍ଥାନର ରାସ୍ତା ଖୋଜିବା, ସବୁ କିଛି ମୋବାଇଲ ଆପ୍ ମାଧ୍ୟମରେ ହୋଇପାରୁଛି । ଗୁଗଲ ମ୍ୟାପରେ ରାସ୍ତା ଖୋଜି ଖୋଜି ବାଟ ଦେଖିନଥିବା ସ୍ଥାନକୁ ମଧ୍ୟ ଯାତ୍ରା କରିହେବ । ଏହା ବ୍ୟତୀତ ଏଥିରେ ଏକ ଦମଦାର ଫିଚର ରହିଛି ଯାହା ଅନେକ କାମରେ ଆସିଥାଏ । ଆସନ୍ତୁ ଜାଣିବା..

ପାର୍କିଂ ଫିଚର

ଅନେକ ସମୟରେ ସପିଂ ମଲ୍ ବା ଗହଳି ସ୍ଥାନରେ କାର୍ ଥୋଇଲେ ପରେ ତାକୁ ପାଇବା କଷ୍ଟ ହୋଇପଡେ । ଅନେକ କାରରେ ରିମୋଟ୍ ସିଷ୍ଟମ ଥିବାରୁ ଏହାକୁ ପାଇବା ସହଜ ହୋଇଥାଏ । ତେବେ ସବୁ ଗାଡିରେ ଏହି ସୁବିଧା ନଥାଏ । କିନ୍ତୁ ଗୁଗଲ ମ୍ୟାପରେ ଆପଣଙ୍କ ଏହି ସମସ୍ୟାର ସମାଧାନ ମିଳିଯିବ । ଗୁଗଲ ମ୍ୟାପ୍ସ ପାର୍କ କରାଯାଇଥିବା କାରକୁ ସହଜରେ ଖୋଜିପାରିବ । ଏହି ସୁବିଧାର ଲାଭ ନେବା ପାଇଁ ଆପଣଙ୍କୁ ଗୁଗଲ ମ୍ୟାପ୍ସ ଭିତରେ ପାର୍କିଂ ଫିଚର ବ୍ୟବହାର କରିବାକୁ ହେବ ।

ପାର୍କିଂ ଫିଚରକୁ କିଭଳି ବ୍ୟବହାର କରିବେ

ଗୁଗଲ ମ୍ୟାପ୍ସରେ ପାର୍କିଂ ଫିଚର ବ୍ୟବହାର କରିବା ପାଇଁ ସର୍ବପ୍ରଥମେ ନିଜ ସ୍ମାର୍ଟଫୋନରେ ଗୁଗଲ ମ୍ୟାପ୍ସକୁ ଖୋଲନ୍ତୁ

ଏହି ସମୟରେ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ କି ଡିଭାଇସରେ ଗୁଗଲ ମ୍ୟାପ୍ସ ଆପ୍ ପୂର୍ବରୁ ଡାଉନଲୋଡ୍ ହୋଇଥିବ, ଏହା ସହିତ ଇଣ୍ଟରନେଟ୍ କନେକ୍ଟିଭିଟି ମଧ୍ୟ ଥିବା ଆବଶ୍ୟକ

ଏହା ପରେ ଗୁଗଲ ମ୍ୟାପ୍ସର ହୋମ୍ ପେଜକୁ ଯାଆନ୍ତୁ ଏବଂ ଏକ୍ସପ୍ଲୋରର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ

ଗୁଗଲ ମ୍ୟାପ୍ସରେ ଆପଣଙ୍କ ଲୋକେସନ ମଧ୍ୟ ନଜର ଆସିଥାଏ । ଏହି ଲୋକେସନକୁ ବ୍ଲୁ ଡଟ୍ ଜରିଆରେ ଚିହ୍ନଟ କରିହେବ । ଆପଣ ବ୍ଲୁ ଡଟ୍ ଉପରେ କ୍ଲିକ୍ କରନ୍ତୁ

ଏମିତି କରିବା ପରେ ଆପଣଙ୍କ ସାମ୍ନାରେ ଅନେକ ବିକଳ୍ପ ଆସିବ

ପରେ ସେୟାର ଲୋକେସନ ଆଇକନ୍ ଉପରେ କ୍ଲିକ୍ କରିବା ପରେ ଆପଣଙ୍କୁ ସେଭ୍ ପାର୍କିଂର ବିକଳ୍ପକୁ ଯିବାକୁ ହେବ

 

ସହଜରେ ମିଳିଯିବ ପାର୍କରେ ଥିବା କାର୍

ଗୁଗଲ ମ୍ୟାପ୍ସ ଜରିଆରେ ଗାଡି ଚାଳକ ସହଜରେ ପାର୍କ ହୋଇଥିବା କାର୍ ଖୋଜିପାରିବେ

ସର୍ବପ୍ରଥମେ ଡିଭାଇସରେ ଗୁଗଲ ମ୍ୟାପ୍ସ ଖୋଲନ୍ତୁ

ଏହା ପରେ ଜୁମ୍ ଆଉଟ୍ ଆଣ୍ଡ୍ ଫାଇଣ୍ଡ ବିକଳ୍ପକୁ ଯାଆନ୍ତୁ । ଏହା ପରେ ଗୁଗଲ ମ୍ୟାପ୍ସରେ ପାର୍କ ହିୟରର ବିକଳ୍ପ କ୍ଲିକ୍ କରନ୍ତୁ

ଏହା ପରେ ଆପଣଙ୍କୁ ପାର୍କ ହୋଇଥିବା କାରର ଲୋକେସନ ମିଳିଯିବ ଏବଂ ଆପଣ ତଳେ ଦିଆଯାଇଥିବା ଦିଗର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ଆପଣ ନିଜ କାର ପର୍ଯ୍ୟନ୍ତ ପହଞ୍ଚି ପାରିବେ ।

୫ ବର୍ଷରେ ବିଦେଶରେ ପ୍ରାଣ ହରାଇଛନ୍ତି ରାଜ୍ୟର ୩୧ ଶ୍ରମିକ

Comments are closed.