www.samajalive.in
Sunday, December 14, 2025
26.1 C
Bhubaneswar

ନିରଞ୍ଜନ ରଥ ‘ସମାଜ’ର ନୂତନ ସମ୍ପାଦକ

କଟକ: ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ଲୋକପ୍ରିୟ ‘ସମାଜ’ ସମ୍ବାଦପତ୍ରର ସମ୍ପାଦକ ଭାବେ ନିରଞ୍ଜନ ରଥ ଅବସ୍ଥାପିତ ହୋଇଛନ୍ତି। ସେ ଅଧୁନା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଦାୟିତ୍ବ ନିର୍ବାହ କରୁଥିବା ବେଳେ ‘ଲୋକ ସେବକ ମଣ୍ଡଳ, ଓଡ଼ିଶା’ ଶାଖାର ଅଧ୍ୟକ୍ଷ ରୂପେ ମଧ୍ୟ କାର୍ଯ୍ୟ କରୁଛନ୍ତି।

ଗତ ୮ ତାରିଖରେ ପ୍ରବୀଣ ଓ ଲୋକପ୍ରିୟ ସାମ୍ବାଦିକ କାନନ ବିହାରୀ ଦାଶ ଦୈନିକ ‘ସମାଜ’ର ସମ୍ପାଦକ ପଦରୁ ଅବ୍ୟାହତି ନେଇଛନ୍ତି। ପୂର୍ବରୁ ଶ୍ରୀ ଦାଶ ‘ସମାଜ’ର ଜଣେ ସହ-ସମ୍ପାଦକ ଭାବେ କାର୍ଯ୍ୟାରମ୍ଭ କରି, ବାର୍ତ୍ତା ସମ୍ପାଦକ ଦାୟିତ୍ବ ନିର୍ବାହ କରିଥିଲେ। ସେ ଜଣେ ପ୍ରବୀଣ ସାମ୍ବାଦିକ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଶ୍ରୀ ଦାଶଙ୍କ ଅବ୍ୟାହତିରେ ‘ଲୋକ ସେବକ ମଣ୍ଡଳ, ଓଡ଼ିଶା’ ଶାଖା ପକ୍ଷରୁ ତାଙ୍କର ନିରାମୟ ଓ କର୍ମମୟ ଜୀବନର ସଫଳତା କାମନା କରାଯାଇଛି।

Hot this week

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

Related Articles

Popular Categories