www.samajalive.in
Monday, December 15, 2025
17.1 C
Bhubaneswar

ବେ​‌ରୋଜଗାରୀଙ୍କୁ ମିଳିବ ୫୦% ବେତନ

ନୂଆଦିଲ୍ଲୀ: କୋଭିଡ୍‌ ମହାମାରୀ ଯୋଗୁ ଲାଗୁ କରାଯାଇଥିବା ଲକ୍‌ଡାଉନ୍‌ରେ ନିଯୁକ୍ତି ହରାଇଥିବା ବେରୋଜଗାରଙ୍କ ପାଇଁ ଭଲ ଖବର। କାରଣ କେନ୍ଦ୍ର ସରକାର ଖୁବ୍‌ ଶୀଘ୍ର ଏହି ବେରୋଜଗାରଙ୍କୁ ଦେବେ ମାସକର ଅଧା ଦରମା। କେବଳ କର୍ମଚାରୀ ରାଜ୍ୟ ବୀମା ଯୋଜନା (ଇଏସ୍‌ଆଇସି) ସଦସ୍ୟମାନେ ଏହାର ଲାଭ ନେଇପାରିବେ। ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା ଇଏସ୍‌ଆଇସି ଦ୍ବାରା ପଞ୍ଜିକୃତା। ଏହି ଯୋଜନା ଅଧୀନରେ ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରୁଥିବା ଇଏସ୍‌ଆଇସି ପଞ୍ଜିକୃତ କର୍ମଚାରୀ ଲକ୍‌ଡାଉନ୍‌ରେ ଚାକିରି ହରାଇ ​ବେରୋଜଗାର ହୋଇଥିଲେ ଏହି ସୁବିଧା ପାଇପାରିବେ। ଏଥିପାଇଁ ସରକାର ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା ଅବଧିକୁ ଆଉ ଏକ ବର୍ଷ ବଢ଼ାଇ ଦେଇଛନ୍ତି ।

ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା ଅବଧି ବୃଦ୍ଧି ହେବା ପରେ ଇଏସ୍‌ଆଇସି ସଦସ୍ୟ କର୍ମଚାରୀଙ୍କୁ ୫୦ ପ୍ରତିଶତ ବେରୋଗାର ​‌ବେତନ ମିଳିବା ପଥ ପରିଷ୍କାର ହୋଇଯାଇଛି।  କରୋନା ସଙ୍କଟ ସମୟରେ ଚାକିରି ହରାଇଥିବା ଉ​‌ଦ୍ୟୋଗଗୁଡିକର କର୍ମଚାରୀଙ୍କୁ ତିନି ମାସ ଲାଗି ୫୦ ପ୍ରତିଶତ ପର୍ଯ୍ୟନ୍ତ ​‌​‌ବେତନ ଦେବାକୁ ସରକାର ପ୍ରଥମେ ଘୋଷଣା କରିଥିଲେ। ତେବେ ଏହି ଲାଭ ସେହି କମଚାରୀଙ୍କୁ ମିଳିବ ଯେଉଁମାନଙ୍କର ଚାକିରି ଚଳିତବର୍ଷ ମାର୍ଚ୍ଚ ୨୪ରୁ ଡିସେମ୍ବର ୩୧ ମଧ୍ୟରେ ଚାଲିଯାଇଛି। ତେବେ କର୍ମଚାରୀ ଏହି ସମୟ ପାଇଁ ତିନି ମାସର ବେତନର ୫୦ ପ୍ରତିଶତ କ୍ଲେମ କରିପାରି​‌​‌ବେ। ପ୍ରଥମେ ଏହି ସୀମା ୨୫ ପ୍ରତିଶତ କରାଯାଇଥିଲା। ବର୍ତ୍ତମାନ ସରକାର ଏହି ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନାର ଅବଧିକୁ ଆଉ ଏକ ବର୍ଷ ଅର୍ଥାତ୍‌ ୨୦୨୧ ଜୁନ୍‌ ୩୦ ଯାଏ ବୃଦ୍ଧି କରିଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ୪୧,୯୪,୧୭୬ କର୍ମଚାରୀ ଲାଭବାନ ହେବେ। ​‌ଅନ୍ୟପକ୍ଷରେ ଏହାକୁ ଲାଗୁ କଲେ ସରକାରଙ୍କ ରାଜକୋଷ ଉପରେ ୬୭୧୦.୬୮ କୋଟି ଟଙ୍କାର ଅତିରିକ୍ତ ରାଜସ୍ବ ଭାର ପଡିବ ​ବୋଲି ଜଣାଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories