www.samajalive.in
Friday, December 5, 2025
16.1 C
Bhubaneswar

ଦିଲ୍ଲୀରେ ମୋହନଙ୍କ ନୂଆ ଠିକଣା: ଦୁଇ, ତିନି ମୂର୍ତ୍ତି ଲେନ୍

ନୂଆଦିଲ୍ଲୀ ବ୍ୟୁରୋ : ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୂଆ ଠିକଣା ଦୁଇ, ତିନି ମୂର୍ତ୍ତି ଲେନ ହେବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରାଣଳୟ ଦ୍ୱାରା ମୁଖ୍ୟମନ୍ତ୍ରୀ ମାଝୀଙ୍କୁ ଆବଣ୍ଟିତ ଦୁଇ, ତିନି ମୂର୍ତ୍ତି ଲେନ ଟାଇପ-୭ ବଙ୍ଗଳାର ମରାମତି କାର୍ଯ୍ୟ ଜୋରସୋରରେ ଚାଲିଛି । ଖୁବ୍‍ଶୀଘ୍ର ଏହି ବଙ୍ଗଳାଟି ଓଡ଼ିଶା ସରକାରଙ୍କ ଦିଲ୍ଲୀ ସ୍ଥିତ ପ୍ରମୁଖ ଆବାସିକ ଆୟୁକ୍ତଙ୍କୁ ହସ୍ତାନ୍ତର କରାଯିବ ।

ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତ କାଳରେ ଚାଣକ୍ୟପୁରୀ ସ୍ଥିତ ପଞ୍ଚତାରକା ଅଶୋକା ହୋଟେଲ ପରିବର୍ତ୍ତେ ଆବଣ୍ଟିତ ବଙ୍ଗଳାରେ ରହଣି କରିବେ ବୋଲି ଜଣାପଡ଼ିଛି । ନୂତନ ଓଡ଼ିଶା ଭବନ ନିର୍ମାଣ ପାଇଁ ପୁରାତନ ସୌଧକୁ ଭାଙ୍ଗି ଦିଆଯିବା ପରେ ଏକ ବର୍ଷରୁ ଅଧିକ ସମୟ ଧରି ଚାଣକ୍ୟପୁରୀ ସ୍ଥିତ ଅଶୋକା ହୋଟେଲରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରହଣି କରୁଥିଲେ । ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ରହଣି ବାବଦରେ ରାଜ୍ୟ ରାଜକୋଷରୁ ଦିନକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲା । ଏଣିକି ଦିଲ୍ଲୀ ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ମାଝୀ ନୂତନ ବଙ୍ଗଳାରେ
ଏବଂ ଅନ୍ୟ ଅଧିକାରୀ ମାନେ ଓଡ଼ିଶା ନିବାସରେ ରହଣି କରିବେ । ଯାହାଦ୍ୱାରା
ଓଡ଼ିଶା ସରକାରଙ୍କ ଖର୍ଚ୍ଚ କମିବ ।

- Advertisement -

କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ ୩ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁରେ ଦୁଇ, ତିନମୂର୍ତ୍ତି ସ୍ଥିତ ଟାଇପ-୭ ବଙ୍ଗଳା ଆବଣ୍ଟିତ ହୋଇଛି । ରାଜ୍ୟ କୋଟା ଆଧାରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏହି ବଙ୍ଗଳାଟି ମିଳିଛି । କେନ୍ଦ୍ର ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରାଣଳୟ ଅଧିନସ୍ଥ ଇଷ୍ଟେଟ ନିର୍ଦେଶାଳୟ ତଥ୍ୟ ଅନୁଯାୟୀ ଦିଲ୍ଲୀରେ ଓଡ଼ିଶା ସରକାରଙ୍କୁ ୬ଟି ସରକାରୀ ବଙ୍ଗଳା ଅଥବା କ୍ୱାଟର ମିଳିପାରିବ । ଏଥିମଧ୍ୟରୁ ଚାରିଟି କ୍ୱାର୍ଟର୍ସରେ ଓଡ଼ିଶା ସରକାରଙ୍କ ବାବୁ ମାନେ ରହୁଛନ୍ତି । ଆବଣ୍ଟିତ ବଙ୍ଗଳା ବାବଦରେ ପ୍ରତ୍ୟେକ ମାସର ୭ ତାରିଖ ସୁଦ୍ଧା ଭଡ଼ା ଅଥବା ଲାଇସେନ୍ସ ଫି ଅର୍ଥ ଜମା ଦେବାକୁ ପଡ଼ିବ । ଏଥିପାଇଁ ଓଡ଼ିଶା ସରକାରଙ୍କ ମାସିକ ୧୦ରୁ ୧୨ ହଜାର
ଟଙ୍କା ଖର୍ଚ୍ଚ ହେବ ।

ଏହି ବଙ୍ଗଳାରେ ୪ଟି ବେଡ ରୁମ, ୨ଟି ଡ୍ରଇିଂ ରୁମ ଏବଂ ବଡ଼ ଲନ ରହିଛି । ସୁରକ୍ଷା କର୍ମୀ ଏବଂ ଅନ୍ୟାନ୍ୟ ଘରୋଇ କର୍ମଚାରୀଙ୍କ ପାଇଁ ବଙ୍ଗଳା ପଛପଟେ କ୍ୱାର୍ଟର୍ସ ବ୍ୟବସ୍ଥା ଅଛି । ଇତିମଧ୍ୟରେ ମରାମତି କାର୍ଯ୍ୟ ତଦାରଖ କରିବାକୁ ଖୋଦ୍‍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଇଥର ଦୁଇ, ତିନମୂର୍ତ୍ତି ଲେନ ସ୍ଥିତ ଟାଇପ- ୭ ବଙ୍ଗଳା ପରିଦର୍ଶନ କରିଥିବା ଜଣାପଡ଼ିଛି । ମରାମତି କାର୍ଯ୍ୟ ବେଳେ ବାସ୍ତୁଶାସ୍ତ୍ରକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories